ତମେ ଡାଳେ ଡାଳେ ଗଲେ ଆମେ ପତ୍ର ପତ୍ରେ ଯିବୁ... ଏଭଳି ଢଙ୍ଗରେ ତସ୍କରଙ୍କୁ ଚେତାବନୀ ଦେଲା ଓଡିଶା ପୋଲିସ । ପେଟ୍ରୋଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣକୁ ପୋଲିସର ଟ୍ୱିଟର ରିପ୍ଲାଏ 

ତମେ ଡାଳେ ଡାଳେ ଗଲେ ଆମେ ପତ୍ର ପତ୍ରେ ଯିବୁ... ଏଭଳି ଢଙ୍ଗରେ ତସ୍କରଙ୍କୁ ଚେତାବନୀ ଦେଲା ଓଡିଶା ପୋଲିସ । ପେଟ୍ରୋଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣକୁ ପୋଲିସର ଟ୍ୱିଟର ରିପ୍ଲାଏ 

କନକ ବ୍ୟୁରୋ: ପିଲାଦିନେ ଚୋର ପୁଲିସ ଖେଳ ତ ଆପଣ ନିଶ୍ଚୟ ଖେଳିଥିବେ। ଆଉ ଏହି ଖେଳର ମଜା କିଛି ନିଆରା ବି ଥାଏ କାରଣ ଚୋର ଲୁଚିଲେ ଆଉ ଜଣେ ପୁଲିସ ସାଜି ତାର ପତ୍ତା ଲଗାଇ ଥାଏ। ଏହି ଖେଳରେ ଚୋର ଯେତେ ଚତୁର, ଚାଲାକ ହେଉ ନା କାହିଁକି, ପ୍ରାୟତଃ ପୁଲିସର ପଲଡା ଭାରି ରହିଥାଏ। ଠିକ ଏମିତି କିଛି ପିଲାଦିନର କାହାଣୀ ଦୋହରାଛି ଓଡ଼ିଶା ପୋଲିସ। ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଏବେ ବେଶ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି।

ଓଡିଶା ପୋଲିସ ଟ୍ୱିଟ କରି ଲେଖିଛି, ଏଥର ତସ୍କରମାନେ ଦେଢ଼ ଟନ ଗଞ୍ଜେଇ ଲୁଚାଇବା ପାଇଁ ତେଲ ଟ୍ୟାଙ୍କର୍ ବ୍ୟବହାର କଲେ । ଆପଣ ଯେଉଁଠାରେ ବି ଲୁଚାନ୍ତୁ, ଆମଠୁ ବଞ୍ଚି ପାରିବେନି କି ଲୁଚି ପରେବି ନାହିଁ । କାରଣ ଆପଣ ପିଲାଦିନେ ବହୁତ ଲୁଚକାଳି ଖେଳିଥିବେ । ଆମେପରା ସବୁଦିନ ଖେଳୁଛୁ ।

ଦେଖିଲେତ ଗଂଜେଇ ଚୋରାଚାଲାଣର ଚତୁର ଚାଲାଣକାରୀଙ୍କ ପେଡ଼ିକୁ ଖୋଲିବା ପରେ କିଭଳି ପୁରାପୁରି ଫିଲ୍ମ ଡାଇଲଗରେ ଟ୍ୱିଟ କରିଛି  ଓଡ଼ିଶା ପୋଲିସ।  ତେବେ ଘଟଣାର ଗହନ କଥାଟି ଏଭଳି ଯେ, କୋରାପୁଟର ଶିମିଳିଗୁଡା ପୋଲିସ ଗତକାଲି ଏକ ଅଏଲ ଟ୍ୟାଙ୍କର ଭର୍ତ୍ତି ୧୫ଶହ ୭୭ କେ.ଜି ର ଗଞ୍ଜେଇକୁ ଜବତ କରିବା ସହ, ଏକ କଳା ରଙ୍ଗର ଇନୋଭା କାରକୁ ସିଜ କରିଥିଲା। ଜବତ କରିବାର କିଛି ସମୟ ପରେ କୋରାପୁଟ ପୁଲିସ ନିଜ ଟ୍ୱିଟର ଆକାଉଣ୍ଟରେ ଏଭଳି ଅଭିନବ ତସ୍କକରିର ତାଲା ଖୋଲିଥିଲା। ଠିକ କିଛି ଘଣ୍ଟା ପରେ ଓଡିଶା ପୋଲିସ ଏହି ସୂଚନାକୁ ଏକ ଦମଦାର ଫିଲ୍ମ ଅନ୍ଦାଜରେ ଟ୍ୱିଟ କରି ସୋସିଆଲ ମିଡ଼ିଆର୍ସ ଚର୍ଚ୍ଚା ସାଉଁଟୁଛି।

ତେବେ ଓଡ଼ିଶା ପୋଲିସର ଏଭଳି ଚତୁରତାର କାର୍ୟ୍ୟକୁ ଟ୍ୱିଟରରେ ବେଶ ପ୍ରଶଂସା କରାଯାଉଛି, ଏପରିକି ଏବେ ଓଡିଶା ପୋଲିସର ଏହି ଗୋଟିଏ ଟ୍ୱିଟ ଯେତେ ମଜାଳିଆ ସେତେ ଉଦାହରଣ ଭରା ମଧ୍ୟ ୟୁଜର୍ସ ମନେ କହିଛନ୍ତି। ଚୋର ଯେତେ ଚାଲାକ ହେଉ ନା କାହିଁକି ଆମ ପୋଲିସର ନଜର ସେତେ ତୀକ୍ଷଣ ଆଉ ପଞ୍ଝା ସେତେ ମଜଭୁତ।

ଏଭଳି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରିବା ରାଜ୍ୟରେ ନୂଆ ନୁହେଁ । ତସ୍କରମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରି ପୋଲିସ ହାତରେ ଧରା ପଡିଛନ୍ତି । ୨୦୨୧ ଜାନୁଆରୀ ୬ ତାରଖରେ ବ୍ରହ୍ମପୁରରୁ ନଡିଆକତା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କରିଥିଲା ଅବକାରୀ ବିଭାଗ । ପୁଣି ସେହି ଜାନୁଆରୀ ୬ ତାରିଖରେ ରାୟଗଡାରୁ ଏକ ପିଚୁ ଟ୍ରକରୁ ୨ ଟନ ଗଞ୍ଜେଇ ଜବତ କରିଥିଲା ପୋଲିସ । ବିଭିନ୍ନ ଉପାୟରେ ରାଜ୍ୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ହାତରୁ କିନ୍ତୁ ବଞ୍ଚି ପାରିନାହାନ୍ତି ଏହି ଚାଲାଣକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe