ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପୁଲିସ୍ ଡିଜିଙ୍କ ସମୀକ୍ଷା: ସମ୍ବେଦନଶୀଳ ଅଞ୍ଚଳରେ ହେବ ଫ୍ଲାଗମାର୍ଚ୍ଚ

Advertisment
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପୁଲିସ୍ ଡିଜିଙ୍କ ସମୀକ୍ଷା: ସମ୍ବେଦନଶୀଳ ଅଞ୍ଚଳରେ ହେବ ଫ୍ଲାଗମାର୍ଚ୍ଚ

ImageCourtesy:knewsodisha.com

କନକ ବ୍ୟୁରୋ: ଆସନ୍ତା ୨୩ ତାରିଖ ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯିବ। ଓଡ଼ିଶା ପୁଲିସର ଭାରପ୍ରାପ୍ତ ଡିଜି ବିଜୟ କୁମାର ଶର୍ମା ସୁରକ୍ଷା ସଂପର୍କରେ ସମୀକ୍ଷା କରିବା ଅବସରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

publive-image

ଆସନ୍ତା ୨୩ ତାରିଖ ଦିନ ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଡିଜି ଶ୍ରୀ ଶର୍ମା ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଥିଲେ। ସମୀକ୍ଷା ସମୟରେ ପୁଲିସ୍ ମୁଖ୍ୟାଳୟରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରେଞ୍ଜ ଆଇଜି, ଡିଆଇଜି, ଡିସିପି ଓ ୧୨ ଜିଲ୍ଲାର ଏସପିଙ୍କ ସହିତ ସେ ଆଲୋଚନା କରିଥିଲେ। ଡିଜି ଶ୍ରୀ ଶର୍ମା ପୁରୁଣା ଅପରାଧୀଙ୍କୁ ଧରିବାକୁ ଜିଲ୍ଲାଗୁଡ଼ିକୁ ଯେଉଁ ଟାର୍ଗେଟ ଦିଆଯାଇଥିଲା, ତାହା କେତେଦୂର ପୂରଣ ହୋଇଛି ସେ ସସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସିଆରପିସି ଦଫା ୧୧୦, ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା, ବେଆଇନ୍ ମଦ ବିକ୍ରି କରିବା ଏବ˚ ଏନବିଡବ୍ଲୁ ଲାଗୁ ହୋଇଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ତତ୍କାଳୀନ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଟାର୍ଗେଟ୍ ଉପରେ କେତେଦୂର ସଫଳତା ମିଳିଛି, ତାର ମଧ୍ୟ ସମୀକ୍ଷା କରିଥିଲେ।

publive-image

ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଠିକ୍ ଭାବେ ତର୍ଜମା କରିବା, ଆବଶ୍ୟକ ହେଲେ ଅଧିକ ଫୋର୍ସ ନିୟୋଜନ କରିବା, ନିରନ୍ତର ଗମନାଗମନ ଓ ଯୋଗାଯୋଗ ସୁବିଧା ରହିବା, ମୋବାଇଲ୍ ପାର୍ଟି ବାହାରିବା ପୂର୍ବରୁ ଗାଡ଼ିଗୁଡ଼ିକୁ ଭଲ ଭାବେ ଯାଞ୍ଚ କରିବା, ସିଆରପିଏଫ୍ ନିୟୋଜନ ଯୋଜନା, ଭିଏଚଏଫ୍ ଓ ସାଟେଲାଇଟ୍ ଫୋନଗୁଡ଼ିକୁ ପ୍ରସ୍ତୁତ ରଖିବା ପ୍ରଭୃତି ଉପରେ ଡିଜିପି ସମସ୍ତ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe