କନକ ବ୍ୟୁରୋ : ଆଜିଠୁ ଓଡିଶା ପୋଲିସ ସବ-ଇନ୍ସପେକ୍ଟର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ୪୭୭ଟି ଏସଆଇ ପଦବୀ ପାଇଁ ଅନଲାଇନ ଆପ୍ଲିକେସନ ପୋର୍ଟାଲ ମାଧ୍ୟମରେ ଏହି ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି । ଏ ପର୍ଯ୍ୟନ୍ତ ୨୮୩୧ ଜଣ ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ କରିସାରିଥିବା ବେଳେ ୭୭୨ଜଣ ତାଙ୍କର ସମସ୍ତ ଡ଼କ୍ୟୁମେଣ୍ଟ ଅପଲୋଡ଼ କରିସାରିଛନ୍ତି । ଏହି ଆବେଦନ ପକ୍ରିୟା ଜୁଲାଇ ୧୫ ଯାଏଁ ଚାଲିବ । କମ୍ପ୍ୟୁଟର ମାଧ୍ୟମରେ ନିଯୁକ୍ତି ପରୀକ୍ଷାର ସମୟ ନିର୍ଘଣ୍ଟ ମଧ୍ୟ ଦିଆଯାଇ ସରିଛି ।

Advertisment

ସେହିଭଳି ପ୍ରଥମ ଥର ପାଇଁ ଓଡିଶା ପୋଲିସ ପକ୍ଷରୁ କମ୍ପ୍ୟୁଟର ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା କରାଯାଉଛି । ୬ ଅଗଷ୍ଟରୁ ୧୬ ଅଗଷ୍ଟ ଯାଏଁ ଏହି ପରୀକ୍ଷା କରାଯିବ । ଏହି ପରୀକ୍ଷାକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ସମସ୍ତ ଉଦ୍ୟମ କରାଯାଇଛି । ଆଗରୁ ପ୍ରିଲିମ ଓ ମେନ ପରୀକ୍ଷା ହୋଉଥିଲା,ଏବେ ଏହାକୁ ସରଳିକରଣ କରାଯାଇଛି । ଏବେ ସିଙ୍ଗଲ ପରୀକ୍ଷା ହେବ,ଦୁଇଟି ପେପର ବିଶିଷ୍ଟ ପରୀକ୍ଷା ହବ । ଅବଜେକ୍ଟିଭ ଟାଇପ ପ୍ରଶ୍ନ ପଡିବ । କମ୍ପ୍ୟୁଟର ମାଧ୍ୟମରେ ଉତ୍ତର ଚେକ କରାଯିବ । ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ରଖାଯାଇଛି । ତେବେ ପ୍ରଥମ ଥର ପାଇଁ ଟ୍ରାନ୍ସଜେଣ୍ଡରମାନଙ୍କୁ ଏସଆଇ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେବା ପାଇଁ ସୁଯୋଗ ଦିଆଯାଇଛି । ତାମିଲନାଡୁ ପରେ ଓଡିଶା ଦ୍ଵିତୀୟ ରାଜ୍ୟ ଯିଏ ତୃତୀୟ ଲିଙ୍ଗୀଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।