ଓଡିଶା ପୋଲିସ ଜାରି କଲା ଦୁର୍ଘଟଣାରେ ଶିକାର ହୋଇଥିବା ଯାତ୍ରୀଙ୍କ ତାଲିକା , ଦେଖନ୍ତୁ ଏହି ତାଲିକାରେ ଅଛନ୍ତି କି ଆପଣଙ୍କ ସଂପର୍କୀୟ
କନକ ବ୍ୟୁରୋ : ବାଲେଶ୍ୱର ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ଏବେ ସାରା ବିଶ୍ୱ ଶୋକ ପ୍ରକାଶ କରିଛି । ଏହି କ୍ରମରେ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କିଭଳି ଭାବେ ଦୁର୍ଘଟଣାଗ୍ରସ୍ତ ରେଳଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ତା ଉପରେ କାମ କରୁଛନ୍ତି । ଏପଟେ ଓଡିଶା ପୋଲିସ ତରଫରୁ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଥିବା ଯାତ୍ରୀମାନଙ୍କର ତାଲିକା ପ୍ରକାଶ କରିଛି । ଆପଣ ତଳେ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ କରି ଏଥିରେ ଆପଣଙ୍କର କେହି ସଂପର୍କୀୟ ଅଛନ୍ତି କି, ନାହିଁ ଜାଣିପାରିବେ ।
ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଥିବା ଯାତ୍ରୀଙ୍କ ସମ୍ପର୍କରେ ଜାଣିବା ପାଇଁ ନିମ୍ନୋକ୍ତ ଲିଙ୍କ୍ ରେ କ୍ଲିକ୍ କରନ୍ତୁ – https://t.co/JxhaLACWWa
— Odisha Police (@odisha_police) June 3, 2023