ଜୟପୁର ବୋରିଗୁମ୍ମା ନୀଳଗିରି ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ : ୭ଲକ୍ଷ ୮୩ ହଜାର ଟଙ୍କା ଜବତ

ଜୟପୁର ବୋରିଗୁମ୍ମା ନୀଳଗିରି ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ : ୭ଲକ୍ଷ ୮୩ ହଜାର ଟଙ୍କା ଜବତ

କନକ ବ୍ୟୁରୋ : ଜୟପୁର ବୋରିଗୁମ୍ମା ଥାନା ଅନ୍ତର୍ଗତ ନୀଳଗିରି ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ । ୭ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଛି ପୋଲିସ । ବୋରିଗୁମ୍ମା ଏସ୍‌ଡିପିଓ ହରେକୃଷ୍ଣ ମାଝୀଙ୍କ କହିବା ଅନୁସାରେ ୨୦ ଜଣ ଯୁଆଡ଼ି ଗିରଫ ହୋଇଥିବା ବେଳେ ଆଉ କିଛି ଖସିଯାଇଛନ୍ତି । ସେମାନଙ୍କ ଠାରୁ ୭,୮୩,୪୪୦ ଟଙ୍କା ଏବଂ କିଛି ତାଶ ପକେଟ ଜବତ କରାଯାଇଛି । ସେମାନେ ନବରଙ୍ଗପୁର, ଜୟପୁର, ଛତିଶଗଡ଼, କଳାହାଣ୍ଡି ଏବଂ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ବିଶେଷ । ବୋରିଗୁମ୍ମା ଥାନା କେଶ ନଂ ୧୧୫ରେ ମାମଲା ରୁଜ୍ଜୁ କରିଛନ୍ତି । ବୋରିଗୁମ୍ମା ଏସଡ଼ିପିଓ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe