କନକ ବ୍ୟୁରୋ: ନିର୍ବାଚନ ଫଳାଫଳ ଘୋଷଣା ପରବର୍ତ୍ତୀ ଆଇନଶୃଙ୍ଖଳା ସ୍ଥିତି ନେଇ ଓଡ଼ିଶା ପୋଲିସର ପ୍ରସ୍ତୁତି । ଏନେଇ ସଜାଗ ରହିବା ସହ ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ପୋଲିସ ଡିଜି ଅରୁଣ ଷଡଙ୍ଗୀଙ୍କ ପକ୍ଷରୁ ନିିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ନିର୍ବାଚନ ଫଳାଫଳ ଘୋଷଣା ପରେ ହେବାକୁ ଥିବା ଶୋଭାଯାତ୍ରା କିମ୍ବା ସାଧାରଣ ଯାତ୍ରା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସତର୍କ କରାଯାଇଛି ।
ବିଜୟୀ ପ୍ରାର୍ଥୀ ଓ ପ୍ରତିପକ୍ଷ ଯେପରି ମୁହାଁମୁହିଁ ନହୁଅନ୍ତି ସେଥିପାଇଁ ଶୋଭାଯାତ୍ରା ବା ସଭା ପାଇଁ ସ୍ୱତନ୍ତ୍ର ରୁଟ୍ ଓ ସ୍ଥାନ ନିର୍ଦ୍ଧାରଣ କରିବାକୁ ପ୍ରସ୍ତୁତି ଚାଲିଛି । ଶୋଭାଯାତ୍ରା ଓ ସଭା ସ୍ଥଳରେ ସ୍ୱତନ୍ତ୍ର ବାହିନୀ ଜଗି ରହିବେ ବୋଲି ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଫଳାଫଳ ଜଣାପଡିବା ପରେ କୌଣସି ପ୍ରକାର ଅପ୍ରିତୀକର ପରିସ୍ଥିତିକୁ ଏଡାଇବା ପାଇଁ ପର୍ଯ୍ୟାପ୍ତ ଦଙ୍ଗା ମୁକାବିଲା ସାମଗ୍ରୀ ଓ ପାଣିମାଡ଼ କରୁଥିବା ଗାଡି ଉପରେ ଗୁରୁତ୍ୱାରୋପ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/06/5-4.jpg)