କନକ ବ୍ୟୁରୋ : ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ କରୋନା ପରୀକ୍ଷା । ଆଜି ପ୍ରାଥମିକ ସ୍ତରରେ ୫୦୦ ପୁଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ଆଗାମୀ ଦିନରେ ମଧ୍ୟ ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ । ସେହିପରି କୋଭିଡ ୧୯କୁ ନେଇ ସର୍କିଟ ହାଉସରେ ଚାଲିଛି ଉଚ୍ଚସ୍ତରୀୟ ବୈଠକ । ଜିଲ୍ଲାପାଳ ବଲବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି ।ବାହୁଡା ଯାତୟାରେ ରଥଟଣା ସମୟରେ ପୁଲିସ ଓ ଅଧିକ ସଂଖ୍ୟକ ସେବାୟତ ସାମିଲ ହେବା ଉପରେ ବୈଠକରେ ଆଲୋଚନା ହେଉଛି । ସେମାନଙ୍କ କୋଭିଡ ଟେଷ୍ଟ କରାଯିବ ।
ଓଡିଶାରେ ଯେଉଁମାନେ ସଂକ୍ରମଣ ହେଉଛନ୍ତି. ସେଥିମଧ୍ୟରୁ ଅଧିକ ଲକ୍ଷଣ ବିହୀନ ଅଛନ୍ତି । ଯେତେ ଅଧିକ ଟେଷ୍ଟ ହେବେ ଅଧିକ ସଂକ୍ରମିତ ଚିହ୍ନଟ ହୋଇପାରିବେ । ଆଇସିଏମଆରର ନୂଆ ଗାଇଡଲାଇନ ଅନୁଯାୟୀ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଘରକୁ ଘର ବୁଲି ଆଶା ଓ ଅଙ୍ଗନବାଡି କର୍ମୀ ସର୍ଭେ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/38-3.jpg)