କନକ ବ୍ୟୁରୋ : କମିସନରେଟ ପୁଲିସ ପକ୍ଷରୁ ୬୨ତମ ପୁଲିସ ସହିଦ ଦିବସ ପାଳିତ ହୋଇଛି। ଭୁବନେଶ୍ୱର ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ଆୟୋଜିତ ଏହି ଉତ୍ସବରେ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମାଜ ତଥା ଦେଶ ଗଠନ ପାଇଁ ପୁଲିସର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ପୁଲିସ କମିସନର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ ଚଳିତ ବର୍ଷ ୩୭୭ ଜଣ ପୁଲିସ ଅଧିକାରୀ ସହିଦ ହୋଇଥିବା ବେଳେ କରୋନା କାଳରେ ମଧ୍ୟ ୨୨ ଜଣ ପୁଲିସ ସହିଦ ହୋଇଛନ୍ତି ।
ରାଜ୍ୟ ତଥା ଦେଶର ସୁରକ୍ଷା ପାଇଁ ପୁଲିସ କର୍ମଚାରୀ ସର୍ବଦା ନିଜ ଜୀବନକୁ ବାଜି ଲଗାଇଥାନ୍ତି । ନିଜର କର୍ତ୍ତବ୍ୟ ନିଷ୍ଠା ଓ ପରାକାଷ୍ଠା ଦେଖାଇ ଅନେକ ପୁଲିସ କର୍ମଚାରୀ ଆତ୍ମବଳି ଦେଇଛନ୍ତି । ଏହି ଅବସରରେ ପୁଲିସ କମିସନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦ ପୁଲିସ କର୍ମଚାରୀ ଏବଂ ସେମାନଙ୍କ ବଳିଦାନ ସମ୍ପର୍କରେ ଦେଇଥିବା ବାର୍ତ୍ତା ପାଠ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/101.jpg)