କନକ ବ୍ୟୁରୋ: ଆଉ ଦେହରେ ଟାଟୁ କରିପାରିବେନି ପୋଲିସ ଅଧିକାରୀ । ଶରୀରରେ ଟାଟୁ କରିବା ଦ୍ୱାରା ଓଡ଼ିଶା ପୋଲିସର ସମ୍ମାନହାନି ହେଉଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ । କମିଶନରେଟ ପୋଲିସର କୌଣସି କର୍ମଚାରୀ ମୁହଁ, ବେକ କିମ୍ବା ହାତରେ ଟାଟୁ କରିପାରିବେ ନାହିଁ । ଯଦି କୌଣସି ପୋଲିସ ଅଧିକାରୀ ଟାଟୁ କରିଛନ୍ତି ତେବେ ୧୫ ଦିନ ମଧ୍ୟରେ ଏହାକୁ ଲିଭାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ୟୁନିଫର୍ମ ପିନ୍ଧିବା ପରେ ଯଦି ଟାଟୁ ଦେଖାଯାଉଥାଏ ତେବେ ଏହା ଗ୍ରହଣୀୟ ହେବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ଟାଟୁ ନ ଲିଭାଇଲେ ଡିପାର୍ଟମେଣ୍ଟାଲ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି ।
- ପୁଲିସ୍ ବାବୁଙ୍କୁ ଟାଟୁ ମନା
- ଟାଟୁ ଆଙ୍କିଲେ ହେବ କାର୍ଯ୍ୟାନୁଷ୍ଠାନ
ପୁଲିସ କର୍ମଚାରୀ ଏବଂ ଅଧକାରୀଙ୍କ ପୋଷାକ ପରିଧାନ ଉପରେ ମଧ୍ୟ ଏହା ସ୍ପଷ୍ଟ ଭାବରେ ଲେଖା ରହିଛି । ନିୟମ ଅନୁସାରେ, ୟୁନିଫର୍ମରେ ଥିବା କୌଣସି ଅଧିକାରୀ କିମ୍ବା କର୍ମଚାରୀ ଦେହରେ କୌଣସି ଚିହ୍ନ କିମ୍ବା ମୁହଁରେ କୌଣସି ରଙ୍ଗ ଲଗାଇପାରିବେ ନାହିଁ । ତେବେ ବଡ଼ କଥା ହେଉଛି ଶାଳିନତା ଦୃଷ୍ଟିରୁ ୟୁନିଫର୍ମ ପିନ୍ଧିବା ପରେ ଟାଟୁ ଦେଖାଯାଉଥିଲେ ତାହା ଗ୍ରହଣୀୟ ହେବ ନାହିଁ । ଏମିତି କି ୧୫ ଦିନ ମଧ୍ୟରେ ଏହାକୁ ଲିଭାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
- ପୁଲିସ୍ ବାବୁଙ୍କ ଟାଟୁ ଲିଭିବ କେମିତି?
- ୧୫ ଦିନ ଭିତରେ କେମିତି ଲିଭାଇବେ ଟାଟୁ?
ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ ପକ୍ଷରୁ ଟାଟୁ ଲିଭାଇବା ପାଇଁ ୧୫ ଦିନ ସମୟ ଦିଆଯାଇଛି । ତେବେ ପୁଲିସ୍ ଭଳି ସମ୍ମାନଜନକ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ ପେଶାଦାର ମନୋଭାବକୁ ବଜାୟ ରଖିବା ପାଇଁ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିବା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/37-4.jpg)