ସିରିଏଲ କିଲରର ସୁରାକ ପାଇଛି ପୋଲିସ । ଖୁବଶୀଘ୍ର ଧରାପଡିବ ସିଲଭର ସିଟିର ସାଇକୋ କିଲର

Advertisment
ସିରିଏଲ କିଲରର ସୁରାକ ପାଇଛି ପୋଲିସ । ଖୁବଶୀଘ୍ର ଧରାପଡିବ ସିଲଭର ସିଟିର ସାଇକୋ କିଲର

କନକ ବ୍ୟୁରୋ: ପୋଲିସକୁ ମିଳିଛି ସାଇକୋ କିଲର ସୁରାକ । ସିଲଭର ସିଟିରେ ସିରିଏଲ ମର୍ଡର କରିଥିବା ସାଇକୋ କିଲରର ସୁରାକ ପାଇଛି ପୋଲିସ । ୨୪ ଘଣ୍ଟାରେ ତିନି ତିନି ଜଣଙ୍କୁ ହତ୍ୟା କରିଥିବା ସାଇକୋ କିଲରର ସୁରାକ ମିଳିଥିବା ନେଇ ସୂଚନା ଦେଲେ ପୋଲିସ କମିଶନର । ହତ୍ୟାକାରୀକୁ ଧରିବାକୁ ପୋଲିସ ପୂରା ଉଦ୍ୟମ ଚଳାଇଛି ବୋଲି ସିପି କହିଛନ୍ତି ।

publive-image
ତେବେ ସନ୍ଦିଗ୍ଧ ହତ୍ୟାକାରୀ ଜଣଙ୍କ ସାଇକିଆଟ୍ରିକ ରୋଗରେ ପିଡିତ ଥିବା ସୂଚନା ମିଳିଛି । ଉକ୍ତ ବ୍ୟକ୍ତି ଜଣକ ଗତ କିଛି ଦିନ ପୂର୍ବେ ଏସସିବିରେ ଚିକିତ୍ସା ହେଉଥିଲେ ବୋଲି ଖବର ମିଳିଛି ।

publive-image
ଗତ କିଛି ଦିନ ହେବ କଟକରେ ନିଦ ହଜାଇ ଦେଇଛି ଷ୍ଟୋନମ୍ୟାନର ଆତଙ୍କ । ରାତିରେ ବାହାରେ ଶୋଉଥିବା ନିରାଶ୍ରୟୀଙ୍କୁ ହତ୍ୟା କରୁଛି ଏହି ଷ୍ଟୋନମ୍ୟାନ । ସମାନ ଢଙ୍ଗରେ ସମସ୍ତଙ୍କୁ ହତ୍ୟା କରୁଛି । ପଥରରେ ଛେଚି, ଗଳା କାଟି ହତ୍ୟା କରୁଛି । ତେବେ ହତ୍ୟାକାରୀକୁ ଧରିବାକୁ ସାରା ସହରରେ ରାତିରେ ପଇଁତରା ମାରୁଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe