କନକ ବ୍ୟୁରୋ : ବୋହିଗଲା ମଦର ଝରଣା । ଓଡିଶା ଝାଡଖଣ୍ଡ ସୀମାନ୍ତ ଜରେଇକେଲାରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦେଶୀ ମଦ କାରଖାନାରେ ଚଢାଉ କରି ୪୬ ଡ୍ରମ ମଦକୁ ଢାଳି ଅବକାରୀ ଅଧିକାରୀ ନଷ୍ଟ କରିଥିଲେ । ବିପୁଳ ପରିମାଣର ମଦ ଢାଳିଦେବା ପରେ ଝରଣା ସୁଅ ଭଳି ମଦ ବୋହି ଯାଇଥିଲା ।
ଓଡିଶା ସୀମାନ୍ତରେ ବେଆଇନ ଭାବେ ଦେଶୀ ମଦ ରାନ୍ଧି ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ଅବକାରୀ ବିଭାଗ । ଏହାପରେ ରାଉରକେଲା ଅବକାରୀ ବିଭାଗର ଏକ ଟିମ, ଓଡିଶା ପୋଲିସ ଫୋର୍ସ ଓ ଝାଡଖଣ୍ଡ ପୋଲିସର ମିଳତ ଟିମ ଦେଶୀ ମଦରନ୍ଧା ସ୍ଥାନରେ ଚଢାଉ କରିଥିଲେ । ସେଠାରେ ୪୬ଟି ଡ୍ରମରେ ଥିବା ମଦକୁ ଢାଳି ନଷ୍ଟ କରିଥିଲେ ଅବକାରୀ ଅଧିକାରୀ । ସେହିପରି ୧୮୦ କ୍ୱିଂଟାଲ ପୋଚ ଓ ପଲିଥିନ ବ୍ୟାଗ ନଷ୍ଟ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/vlcsnap-2023-10-17-07h40m29s210.jpg)