ପରୀ ମୃତ୍ୟୁ ମାମଲାରେ ଓଡିଶା ପୋଲିସର ସ୍ପଷ୍ଟୀକରଣ । କହିଲା, ତଦନ୍ତକାରୀ ସଂସ୍ଥା ଉପରେ ଜଣେ ବ୍ୟକ୍ତି ଭିତ୍ତିହୀନ ଆରୋପ ଲଗାଉଛନ୍ତି ।

376

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଓଡିଶା ପୋଲିସର ସ୍ପଷ୍ଟୀକରଣ । ଏନେଇ ଓଡିଶା ପୋଲିସ କହିଛି, ଏସଆଇଟି ତଦନ୍ତ ପ୍ରସଙ୍ଗରେ ଭିତ୍ତିହୀନ ଅଭିଯୋଗ ଚିନ୍ତାର ବିଷୟ । ମାମଲାରେ ଅନେକ ଲୋକଙ୍କୁ ପଚରା ଉଚରା କରାଯାଇଛି । ତଦନ୍ତରେ ସବୁ ଗ୍ରାମବାସୀ ସହଯୋଗ କରୁଛନ୍ତି । ତଦନ୍ତକାରୀ ସଂସ୍ଥାରେ ଉପରେ ଜଣେ ବ୍ୟକ୍ତି ଭିତ୍ତିହୀନ ଆରୋପ ଲଗାଉଛନ୍ତି । ଏହାଦ୍ୱାରା ତଦନ୍ତକାରୀ ଅଧିକାରୀ ହତୋତ୍ସାହିତ ହେବେ ।

ପରୀ ମାମଲାରେ ଏସଆଇଟି ନୟାଗଡ ଯଦୁପୁର ଗାଁକୁ ଯାଇଁ ତଦନ୍ତ କରୁଛି । ତେବେ କିଛି ବ୍ୟକ୍ତି ଏସଆଇଟି ଓ ଅରୁଣ ବୋଥ୍ରାଙ୍କ ନାଁରେ ଅଭିଯୋଗ କରାଯାଉଛି । ପୋଲିସ ତାଙ୍କୁ ହଇରାଣ କରୁଥିବା କିଛି ଲୋକ କହିଛନ୍ତି । ତେବେ ଏହାରି ମଧ୍ୟରେ ପୋଲିସ ନିଜ ସ୍ପଷ୍ଟୀକରଣ ରଖିଛି ।

ପରୀ ମୃତ୍ୟୁ ମାମଲାରେ ଏସଆଇଟି କୋର୍ଟରେ ରିପୋର୍ଟ ଦାଖଲ କରିସାରିଛି । ତେବେ ପରୀକୁ ହତ୍ୟା ପୂର୍ବରୁ ଯୌନ ନିର୍ଯାତନା ଦିଆଯାଇଥିବା ସୂତ୍ରରୁ ପ୍ରକାଶ ପାଇଛି । ଏହାସହ ଏସଆଇଟି ପରୀ ଡ୍ରେସରୁ ମିଳିଥିବା ସିମେନ ଜରିଆରେ ଅଭିଯୁକ୍ତକୁ ଚିହ୍ନଟ କରିବ ବୋଲି ସୂଚନା ମିଳିଛି ।