କନକ ବ୍ୟୁରୋ: ସମୁଦ୍ରପଥ ଦେଇ ଅନ୍ୟ ରାଜ୍ୟରୁ ଓଡିଶା ସୀମାକୁ କେହି ଯେପରି ପ୍ରବେଶ ନକରନ୍ତି ତାକୁ ନେଇ ସାମୁଦ୍ରିକ ଥାନାକୁ ସତର୍କ କରାଯାଇଛି । ସମୁଦ୍ର ପଥରେ ପାଟ୍ରୋଲିଂ କରିବା ଲାଗି ତଟ ସୁରକ୍ଷା ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଚେନ୍ନାଇରୁ ମତ୍ସ୍ୟଜୀବୀ ସମୁଦ୍ର ପଥ ଦେଇ ଡଙ୍ଗାରେ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶରେ ଧରାପପଡିବା ପରେ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିଛି । ଏହି ଘଟଣା ସାମ୍ନାକୁ ଆସିଥିଲେ ବି ପୂର୍ବରୁ କେତେ ଜଣ ସମୁଦ୍ର ପଥ ଦେଇ ଓଡିଶା ଭିତରକୁ ପଶି ଥିବା ତାହାର ହିସାବ ନାହିଁ ।

Advertisment

ଚେନ୍ନାଇରେ ପେଠ ପୋଷୁଥିବା କିଛି ଯୁବକ ଏକ ଡଙ୍ଗା କିଣି ନିଜ ନିଜ ଅଂଚଳକୁ ଫେରୁଥିଲେ । ଏଥିରେ ଓଡିଶାର ୧୦ ଜଣ ଯୁବକ ମଧ୍ୟ ଥିଲେ । ସେମାନେ ଓଡିଶା ସୀମାର ଅଳ୍ପ ଦୂରରେ ଆନ୍ଧ୍ରପ୍ରଦେଶ ସୀମାରେ ଧରାପଡିଛନ୍ତି । ସେମାନଙ୍କ ସରକାର କ୍ୱାରେନଟିନରେ ରଖିଛନ୍ତି । ଏହି ଘଟଣା ପରେ ସମୁଦ୍ର ପଥ ଉପରେ କଡା ନଜର ରଖିବାକୁ ଏଡିଜି ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ସନ୍ଦିଗ୍ଧ ଧରାପଡନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।