ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷାଫଳ ! ୧୩ ହଜାର ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା

106

କନକ ବ୍ୟୁରୋ : ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ଗତ ଅକ୍ଟୋବର ମାସ ୧ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ହୋଇଥିଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା। ରାଜ୍ୟର ପ୍ରାୟ ୧୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯେଉଁ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇର ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିଲେ, ସେହି ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଅଫଲାଇନ ପରୀକ୍ଷା କରାଯାଇଥିଲା। ଏହା www. orissaresults.nic.in ୱେବସାଇଟରେ ଫଳ ଉପଲବ୍ଧ ହେବ ।

ସୂଚନାଯୋଗ୍ୟ ଏବର୍ଷ ଯୁକ୍ତ ୨ କଳାର ରେଗୁଲାରରେ ୯୮.୫୮ % ରେଗୁଲାର୍ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ୯୫ ଜଣ ୯୦% ଉପରେ ଅଛନ୍ତି। କଳାରେ ୧ ଲକ୍ଷ ୮୬ ହଜାର ୬୮୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୩୦ ହଜାର ୬୮୫ ଜଣ ପରୀକ୍ଷାର୍ଥୀ । ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୪୬ ହାଜର ୫୬୩ ଏବଂ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୧ ଲକ୍ଷ ୧୯ ହଜାର ୫୦୫ ଜଣ ପରୀକ୍ଷାର୍ଥୀ । ଏହାଛଡ଼ା କମ୍ପାର୍ଟମେଣ୍ଟାଲରେ ୨୦୬ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥର ଛାତ୍ରୀମାନେ ଛାତ୍ରମାନଙ୍କୁ ପଛରେ ପକାଇଛନ୍ତି।

ସୂଚନାଯୋଗ୍ୟ, ଏଥର ଯୁକ୍ତ ଦୁଇ କଳାରେ ମୋଟ୍ ୨, ୨୦,୦୮୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ଭିତରୁ ୧, ୮୯,୩୬୩ଜଣ ରେଗୁଲାର୍, ୨୬,୧୮୯ ଜଣ ଓ କରୋସ୍ପଣ୍ଡେନ୍ସ କୋର୍ସରେ ୪, ୫୨୯ଜଣ ପରୀକ୍ଷାର୍ଥୀ ଥିଲେ । ସେହିପରି ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ପାସ୍ ହାର ୯୯.୧୬ ପ୍ରତିଶତ ରହିଛି । ପରୀକ୍ଷାର୍ଥୀ ଯଦି ମାର୍କରେ ଅସନ୍ତୁଷ୍ଟ ଥାନ୍ତି, ତେବେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଥିଲା ।