ଯୁକ୍ତ ଦୁଇର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ : ପ୍ରାକ୍ଟିକାଲ ଲାବ୍ରୋଟୋରୀରେ ସିସିଟିଭି ଲଗାଇବେ ସେଲ୍ଫ ଫାଇନାନସିଂ କଲେଜ

ନିର୍ଦ୍ଧାରିତ ସମୟରେ ସିସିଟିଭି ନଲଗାଇଲେ ବାତିଲ ହେବ ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା

198

କନକ ବ୍ୟୁରୋ : ଯୁକ୍ତ ଦୁଇର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ର, ଉପପରୀକ୍ଷା କେନ୍ଦ୍ର ଓ ପରିଚାଳନା ହବରେ ଆସନ୍ତା ଏପ୍ରିଲ ୨୫ସୁଦ୍ଧା ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସେଲ୍ଫ ଫାଇନାନସିଂ କଲେଜ ଗୁଡିକ ପ୍ରାକ୍ଟିକାଲ ଲାବ୍ରୋଟୋରୀରେ ସିସିଟିଭି ଲଗାଇବେ ।

କୌଣସି କଲେଜ ଯଦି ନିର୍ଦ୍ଧାରିତ ସମୟ ଭିତରେ ସିସିଟିଭି ଲଗାଇବେ ନାହିଁ ତେବେ ପରିଷଦ ପକ୍ଷରୁ ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ବାତିଲ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ ବୋଲି ପରିଷଦ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି କହିଛନ୍ତି । ମେ’ ୧୮ରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଥିଓରି ପରୀକ୍ଷା ଆରମ୍ଭ ହେବ ।