କନକ ବ୍ୟୁରୋ: ଆସନ୍ତା ମାର୍ଚ୍ଚ ୬ ତାରିଖରୁ ମାର୍ଚ୍ଚ ୨୯ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମରେ ଥିବା ସମୁଦାୟ ୩, ୬୫, ୮୨୬ ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେଉଛନ୍ତି । କଳାରେ ୨୩୩୯୭୮, ବିଜ୍ଞାନରେ ୯୬୧୭୫, ବାଣିଜ୍ୟରେ ୨୭୪୪୭ ଏବଂ ଧନ୍ଦାମୂଳକ ଶିକ୍ଷାରେ ୮୨୨୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୧୫୩୯ ଜୁନିୟର୍ କଲେଜ/ ହାୟର୍ ସେକେଣ୍ଡାରି ସ୍କୁଲରେ ପଢ଼ିଥିବା ଏହି ଛାତ୍ରଛାତ୍ରୀମାନେ ୧୧୦୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପରୀକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବୋଲି ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ୍ ତରଫରୁ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟର ପ୍ରଶ୍ନପତ୍ର ୨୦୨ ଇଏମଏଚକୁ ପଠା ଯାଇ ୨୪ ଘଣ୍ଟିଆ କଡ଼ା ପହରା ମଧ୍ୟରେ ରଖାଯାଇଛି । ପରୀକ୍ଷା ସୁପରିଚାଳନା ପାଇଁ ସମ୍ଭାବ୍ୟ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ମାନ୍ୟବର ବିଦ୍ୟାଳୟ ଏବଂ ଗଣ ଶିକ୍ଷା ମନ୍ତ୍ରୀ, ଏସିଏସ୍-କମ୍- ଡେଭଲପମେଣ୍ଟ୍ କମିସନର୍, ବିଦ୍ୟାଳୟ ଏବଂ ଗଣ ଶିକ୍ଷା ସଚିବ ସବୁ ଜିଲ୍ଲାପାଳ, ଏସ୍ପି, ରିଜିଓନାଲ୍ ଡାଇରେକ୍ଟର୍ସ ଅଫ୍ ଏଡୁକେସନ୍, ଇଏମଏଚର ଡିଏଲସି ଏବଂ ସୁପର୍ଭାଇଜରଙ୍କ ସହ ଭିଡିଓ କନ୍ଫରେନସିଙ୍ଗ୍ ମାଧ୍ୟମରେ ଆଜି ଦିନ ଏକ ଆଲୋଚନା ଅନୁଷ୍ଠିତ ହୋଇଛି ।