କନକ ବ୍ୟୁରେ : ଆଜି ପ୍ରକାଶ ପାଇଲା ଯୁକ୍ତ ପ୍ରଥମ ୨ କଟ ଅଫ ମାର୍କ । www.samsodisha.gov.in ପୋର୍ଟାଲରେ ଉପଲବ୍ଧ ହେଲା ତାଲିକା । ଅଗଷ୍ଟ ୧୨ ତାରିଖ ରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଆବେଦନ । ଆଜି ମେରିଟ ଲିଷ୍ଟ ପ୍ରକାଶ ପରେ ୧୪ ରୁ ୨୧ ତାରିଖ ମଧ୍ୟରେ ନାମଲେଖା ହେବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ କଟ୍ ଅଫ୍ ୨୭ ତାରିଖରେ ବାହାରିବା ପରେ ୨୯ ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ନାମଲେଖା ହେବ । ଏହି ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ ପାଇଁ ଅକ୍ଟୋବର ୪ ରେ ତାଲିକା, ୫ ସୁଦ୍ଧା ପଞ୍ଜିକରଣ ଏବଂ ମେରିଟ ଲିଷ୍ଟ ପରେ ଅକ୍ଟୋବର ୭ ତାରିଖରେ ହେବ ନାମଲେଖା । ତେବେ ଏଥର ପ୍ରାୟ ୫ ଲକ୍ଷ ଯୁକ୍ତ ଦୁଇ ସିଟ୍ ପାଇଁ ଆବେଦନ କରିଛନ୍ତି ୪ଲକ୍ଷ ୭୧,୬୧୨ ଜଣ ଛାତ୍ରଛାତ୍ରୀ ।
କଳାରେ ୭୯.୦୩%, ବାଣିଜ୍ୟରେ ୮୨% ଏବଂ ବିଜ୍ଞାନରେ ୯୧.୩୩% ସହ ଆଗରେ ରହିଛି ରେଭେନ୍ସା pic.twitter.com/Ft1CO8wtNZ
— Kanak News (@kanak_news) September 13, 2021
ତିନୋଟି ଷ୍ଟ୍ରିମରେ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ସର୍ବାଧିକ କଟ ଅଫ । କଳାରେ ୭୯.୦୩%, ବାଣିଜ୍ୟରେ ୮୨% ଏବଂ ବିଜ୍ଞାନରେ ୯୧.୩୩% ସହ ଆଗରେ ରହିଛି ରେଭେନ୍ସା । ବିଜ୍ଞାନରେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ହାଇଅର ସେକେଣ୍ଡାରୀ ସ୍କୁଲ ୯୦.୬୭%, ଗଞ୍ଜାମର ସରସ୍ୱତୀ ବିଦ୍ୟା ମନ୍ଦିର ହାଇଅର ସେକେଣ୍ଡାରୀ ସ୍କୁଲ, ନୀଳକଣ୍ଠ ନଗର ୮୭.୮୩%, ଉପେନ୍ଦ୍ରନାଥ ହାଇଅର ସେକେଣ୍ଡାରୀ ସ୍କୁଲ ୮୭.୦୫%, ଫକୀର ମୋହନ ହାଇଅର ସେକେଣ୍ଡାରୀ ସ୍କୁଲ ୮୬.୮୩%, ଖୋର୍ଦ୍ଧାର ବେସିକ୍ ସାଇନ୍ସ ଆଣ୍ଡ ହ୍ୟୁମାନିଟିସ୍ ହାଇଅର୍ ସେକେଣ୍ଡାରୀ ସ୍କୁଲ ୮୬.୬୭%, ନୟାଗଡ ହାଇଅର ସେକେଣ୍ଡାରୀ ସ୍କୁଲ ୮୫.୬୭%, କଟକର ଜାତୀୟ କବି ବୀର କିଶୋର ସରକାରୀ ହାଇଅର ସେକେଣ୍ଡାରୀ ସ୍କୁଲ ୮୫.୫%, ଗଞ୍ଜାମର ଖଲ୍ଲିକୋଟ ହାଇଅର ସେକେଣ୍ଡାରୀ ସ୍କୁଲ ୮୫% ଏବଂ ରମାଦେବୀ ମହିଳା ହାଇଅର୍ ସେକେଣ୍ଡାରୀ ସ୍କୁଲ ୮୪.୬୭% ।
ପିଲାମାନେ କେଉଁ ସମୟରେ ନାମଲେଖା ପାଇଁ କ୍ୟାମ୍ପସକୁ ଆସିବେ, ସେନେଇ ଇଣ୍ଟିମେସନ୍ ଲେଟର୍ରେ ଉଲ୍ଲେଖ କରାଯିବ । ନାମ ଲେଖାଇବାକୁ ଆସିବା ସମୟରେ ମାସ୍କ ପରିଧାନ, ଥର୍ମାଲ ସ୍କ୍ରିନିଂ, ବିଶୋଧନ ଓ ସାମାଜିକ ଦୂରତା ବଜାୟ ରଖିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଯୁକ୍ତ୨ କଲେଜର ଅଧ୍ୟକ୍ଷଙ୍କୁ କୁହାଯାଇଛି । ପ୍ରତି ଘଣ୍ଟାରେ ଅତିବେଶିରେ ୧୫ଜଣ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ଅନୁମତି ଦିଆଯିବ । ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ନାମଲେଖା ହେବ । ପୂର୍ବାହ୍ନ ୯ଟାରୁ ଅପରାହ୍ଣ ଗୋଟାଏ ଓ ଅପରାହ୍ଣ ଗୋଟାଏରୁ ୫ଟା ଯାଏ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ ।