ଓଡ଼ିଶାରେ ଆୟୋଜିତ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ : ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଆୟୋଜନ ହେବ

32

କନକ ବ୍ୟୁରୋ : ସିଆନ ଚମ୍ପିଆନସିପ ପାଖେଇ ଆସୁଥିବା ବେଳେ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥିପାଇଁ ଅକ୍ଟୋବର ୪ତାରିଖରୁ ବେଙ୍ଗାଲୁର ସାଇରେ ଆରମ୍ଭ ହେବାକୁ ଥିବା ପ୍ରଶିକ୍ଷଣ ପାଇଁ ୩୦ଜଣିଆ ଟିମ ଘୋଷଣା କରାଯାଇଛି । ଟୋକିଓ ଅଲିମ୍ପିକ୍ସରେ ଭାରତର ସଫଳ ପ୍ରଦର୍ଶନ ପରେ ପୁଣି ୨୦୨୪ ରେ କିପରି ଆହୁରୀ ଭଲ ପ୍ରଦର୍ଶନ କରିବ ସେ ନେଇ ଆଶା ରଖାଯାଇଛି । ନ୍ୟାସନାଲ କ୍ୟାମ୍ପରେ ୬ଜଣ ଓଡ଼ିଆ ସାମିଲ ହୋଇଛନ୍ତି । ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା, ଦୀପସାନ ତିର୍କୀ, ସୁମନ ବେଗ, ଆଶିଷ କୁମାର ଟପ୍ନୋ ଓ ନିଲମ ସଂଜୀବ ଏହି କ୍ୟାମ୍ପରେ ସାମିଲ ହୋଇଛନ୍ତି ।