କନକ ବ୍ୟୁରୋ : ଫେରିଲେ ବାଂଲାଦେଶ ହିଂସା କାରଣରୁ ପଶ୍ଚିମବଙ୍ଗ ମେଦିନପୁରରେ ଫସିଥିବା ଓଡିଶାର ରୋଗୀ । ୧୫୫ ଜଣ ଓଡ଼ିଶାରେ ପହଂଚିଛନ୍ତି । ରାତି ପ୍ରାୟ ସାଢେ ଗୋଟାଏ ବେଳେ ଲକ୍ଷ୍ମଣନାଥ ଗେଟ୍ ନିକଟରେ ଓଡ଼ିଶା ପୋଲିସକୁ ହସ୍ତାନ୍ତର କରିଛି ପଶ୍ଚିମବଙ୍ଗ ପୋଲିସ । ୩ଟି ବୋଲେରୋ, ଦୁଇଟି କାର ଏବଂ ଦୁଇଟି ବସରେ ଓଡ଼ିଶା ଅଣାଯାଇଛି ।

Advertisment

ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ବାଲେଶ୍ବର ଜିଲ୍ଲାରୁ ୫୦ ଜଣ ଲୋକ ରହିଛନ୍ତି । ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାର କେଶପୁର ଖଡ଼ିକା ଅଞ୍ଚଳରେ ଥିବା ବାବାଙ୍କ ପାଖକୁ ଯାଇଥିବା ବେଳେ ପଶ୍ଚିମବଙ୍ଗର ଲୋକମାନେ ଅଟକ ରଖି ପିଟାମରା କରିଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ସୋସିଆଲ ମିଡ଼ିଆ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଥିଲେ । ଏହି ଖବର ଜାଣିବା ପରେ ବାଲେଶ୍ବର  ସାଂସଦ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପଶ୍ଚିମ ମେଦିନୀପୁର ପୋଲିସ ସହିତ ଯୋଗାଯୋଗ କରିଥିଲେ । ଏହା ପରେ  ପଶ୍ଚିମବଙ୍ଗ ପୋଲିସ ସେମାନଙ୍କୁ ଆଣି ଓଡ଼ିଶା ସୀମାନ୍ତ ଲକ୍ଷ୍ମଣନାଥ ଗେଟ୍ ନିକଟରେ ଛାଡିଛି ।