ଛତିଶଗଡ ହୋଟେଲରେ ଚିକିତ୍ସିତ ହେଉଛନ୍ତି ଓଡିଶାର କରୋନା ରୋଗୀ: ବଲାଙ୍ଗୀର-ବରଗଡରେ ଡାକ୍ତରଖାନାରେ ବେଡ୍ ଓ ଚିକିତ୍ସା ସୁବିଧା ମିଳୁନଥିବାରୁ ରୋଗୀ ରାଜ୍ୟ ବାହାରକୁ ଯାଉଥିବା ଅଭିଯୋଗ

308

କନକ ବ୍ୟୁରୋ: ଛତିଶଗଡ ଯାଉଛନ୍ତି ଓଡ଼ିଶାର କରୋନା ରୋଗୀ । ଓଡ଼ିଶାରେ କରୋନା ସଂକ୍ରମିତଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ବେଡ଼ ନଥିବାରୁ ଓଡ଼ିଶା ବାହାରେ ଯାଇ ଚିକିତ୍ସିତ ହେଉଛନ୍ତି ରୋଗୀ । ଛତିଶଗଡ ରାଇପୁରକୁ ଯାଇ ଚିକିତ୍ସା କରୁଛନ୍ତି । କରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଘରୋଇ ହସ୍ପିଟାଲ ହୋଟେଲ ସହ ମିଶି ସେଠାରେ ଚିକିତ୍ସା ବ୍ୟବସ୍ଥା କରିଛନ୍ତି ।

ଯେଉଁପରି ଡାକ୍ରଖାନାରେ ରୋଗୀଙ୍କୁ ସଠିକ୍ ଭାବେ ଚିକିତ୍ସା କରାଯାଏ ସେଠାରେ ମଧ୍ୟ ସେହିପରି କରାଯାଉଛି । ସଂକ୍ରମିତଙ୍କୁ ପୃଷ୍ଟିକର ଖାଦ୍ୟ ମଧ୍ୟ ଦିଆଯାଉଛି । ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁଥିବାରୁ ସେଠାରେ ସୁସ୍ଥ କରୋନା ସଂକ୍ରମିତ ନିଜ ରାଜ୍ୟକୁ ଫେରିଛନ୍ତି । ଛତିଶଗଡରେ ମଧ୍ୟ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଠିକ୍ ମିଳିପାରୁଛି । ବାହାର ରାଜ୍ୟ ସଂକ୍ରମିତ ଗଲେ ସେଠାରେ କୌଣସି ଅସୁବିଧା ହେଉନାହିଁ ।