ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କଲେ ନିର୍ବାଚନ ଆୟୋଗ

ପ୍ରଦୀପ ମହାରଥୀଙ୍କ ପରେ କିଏ ଦଖଲ କରିବ ପିପିଲି ବିଜେଡି, ବିଜେପି, କଂଗ୍ରେସ ବଳ କସାକସି

76

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସେପ୍ଟେମ୍ବର ୪ରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ, ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ସମଗ୍ର ପୁରୀ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ବୋଲି ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତି ।

ଏହା ଅନୁଯାୟୀ, ସେପ୍ଟେମ୍ବର ୩୦ତାରିଖ ଭୋଟ୍‌ ଗ୍ରହଣ କରାଯିବ। ଅକ୍ଟୋବର ୩ରେ ସକାଳ ୭ଟାରୁ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଭୋଟ୍‌ ଗଣତି ହେବ। ୫ତାରିଖରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ଉପନିର୍ବାଚନରେ କୋଭିଡ-୧୯ର ବିସ୍ତୃତ ନିର୍ଦ୍ଦେଶାବଳୀକୁ ସବୁ ସ୍ତରରେ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରିଛନ୍ତି ।