କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସେପ୍ଟେମ୍ବର ୪ରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ, ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ସମଗ୍ର ପୁରୀ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ବୋଲି ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତି ।
ଏହା ଅନୁଯାୟୀ, ସେପ୍ଟେମ୍ବର ୩୦ତାରିଖ ଭୋଟ୍ ଗ୍ରହଣ କରାଯିବ। ଅକ୍ଟୋବର ୩ରେ ସକାଳ ୭ଟାରୁ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଭୋଟ୍ ଗଣତି ହେବ। ୫ତାରିଖରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ଉପନିର୍ବାଚନରେ କୋଭିଡ-୧୯ର ବିସ୍ତୃତ ନିର୍ଦ୍ଦେଶାବଳୀକୁ ସବୁ ସ୍ତରରେ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/9-5.jpg)