ଦିଲ୍ଲୀରେ ଆରମ୍ଭ ହେଲା ଓଡିଶା ପର୍ବ ! ଓଡିଶାର କଳା, ସଂସ୍କୃତି ଓ ଖାଦ୍ୟର ବିଶାଳ ସମ୍ଭାର

89

କନକ ବ୍ୟୁରୋ: ଦେଶର ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଛି ପ୍ରଥମ ଓଡିଶା ପର୍ବ ୨୦୧୭ । ତିନି ଦିନ ଧରି ଚାଲିବାକୁ ଥିବା ଏହି କଳା, ସଂସ୍କୃତିର ଉତ୍ସବକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲି । ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍ ନିକଟରେ ଆୟୋଜିତ ହେଉଛି ଏହି ବିଶାଳ ଉତ୍ସବ । ଏଥିରେ ରହିଛି ଓଡିଶାର କଳା, ସଂସ୍କୃତି ଓ ଖାଦ୍ୟର ପସରା ।

ଓଡିଶାର ପ୍ରାୟ ୩୫୦ ଜଣ କଳାକାର ସେମାନଙ୍କ କଳା ପ୍ରଦର୍ଶନ କରିବେ । ଏଥିରେ ଶ୍ରୀଜଗନ୍ନାଥଙ୍କ ରଥର ପ୍ରତିକୃତି, ରାଜ୍ୟର ନୌବାଣିଜ୍ୟର ନମୂନା ମଧ୍ୟ ପ୍ରଦର୍ଶିତ ହୋଇଛି । ବିଶିଷ୍ଟ ଓଡିଆ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ନିର୍ମାଣ କରୁଛନ୍ତି ବିଶାଳ କଳାକୃତି । ପ୍ରସିଦ୍ଧ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ କୌଣାର୍କର କହାଣୀର ନୃତ୍ୟ ପ୍ରଦର୍ଶନ କରିବେ । ଏହା ସହ ରାଜ୍ୟ ପାରମ୍ପରିକ ନୃତ୍ୟ ଓଡିଶୀ, ଝୁମର, ଘୁମୁରା, ଛଉ ଆଦି ମଧ୍ୟ ପ୍ରଦର୍ଶିତ ହେବ ।

ଓଡିଶା ପର୍ବର ମୁଖ୍ୟ ଆକର୍ଷଣ ହେଉଛି ଓଡିଆ ଖାଦ୍ୟ । ଏଥିରେ କଟକ ରଘୁ ଦହିବରା, ଦିଲବାହାର ଲସି, ଆତ୍ମାରାଲ ମିଠା, କେନ୍ଦ୍ରାପଡା ରସାବଲି , ବାରମଜା ଆଦିର ମଜା ମଧ୍ୟ ଦର୍ଶକ ନେଇପାରିବେ । ଏପ୍ରକାର ଉତ୍ସବ ଦେଶର ବିବିଧତାର ପରିଚୟ ଦେଇଥାଏ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜେଟଲି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –