ଏଥର ୬୭୯୪ ପଂଚାୟତରେ ହେବ ପଂଚାୟତ ନିର୍ବାଚନ : ୯୧ ହଜାର ୯୧୬ ୱାର୍ଡ଼ରେ ତ୍ରିସ୍ତରୀୟ ଭୋଟିଂ

କେଉଁ ବର୍ଗ ପାଇଁ କେତେ ଆସନ ସଂରକ୍ଷିତ ତାଲିକା ଦେଲେ ରାଜ୍ୟ ନିର୍ବାଚନ କମିଶନ

129

କନକ ବ୍ୟୁରୋ : ଏଥର ୬ ହଜାର ୭୯୪ ପଂଚାୟତରେ ହେବ ପଂଚାୟତ ନିର୍ବାଚନ । ଗତ ୨୦୧୭ ନିର୍ବାଚନରେ ୬ ହଜାର ୮୦୧  ଗ୍ରାମ ପଂଚାୟତରେ ନିର୍ବାଚନ ହୋଇଥିଲା । ଏଥର ୭ଟି ଗ୍ରାମ ପଂଚାୟତକୁ ଏନ୍ଏସିରେ ମିଶାଇ ଦିଆଯାଇଛି । ବାଲେଶ୍ୱର ରେମୁଣାର ୪ଟି ଗ୍ରାମ ପଂଚାୟତ, ନୟାଗଡ଼ ଓଡଗାଁର ୨ଟି ଗ୍ରାମ ପଂଚାୟତ ଏବଂ ବରଗଡ଼ ବିଜେପୁରର ଗୋଟିଏ ଗ୍ରାମ ପଂଚାୟତ ଏନ୍ଏସିରେ ସାମିଲ କରାଯାଇଛି । ସେହି ପଂଚାୟତ ଗୁଡ଼ିକରେ ନିର୍ବାଚନ ହେବ ନାହିଁ ।

ସେହିପରି ୧୧୧ଟି ୱାର୍ଡରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ହେବ ନାହିଁ । ମୋଟ୍ ୯୧ ହଜାର ୯୧୬ ୱାର୍ଡରେ ତ୍ରିସ୍ତରୀୟ ନିର୍ବାଚନ ହେବ । ଗତ ୨୦୨୭ରେ ୯୨ ହଜାର ୨୭ଟି ୱାର୍ଡରେ ନିର୍ବାଚନ ହୋଇଥିଲା । ୯୧ ହଜାର ୯୧୬ ୱାର୍ଡ ମଧ୍ୟରୁ ୪୯ ହଜାର ୪୬୯ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ପାଇଁ ୧୨ ହଜାର ୩୧ଟି ୱାର୍ଡ ସଂରକ୍ଷିତ ରହିଛି । ସରପଂଚ ପାଇଁ ୬ ହଜାର ୭୯୪ ପଂଚାୟତ ମଧ୍ୟରୁ ୩୫ ଶହ ସିଟ୍ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଛି । ଓବିସି ମାନଙ୍କ ପାଇଁ ୭୭୮ ସିଟ୍ ସଂରକ୍ଷିତ ରଖାଯାଇଛି । ସେହିପରି ୬ ହଜାର ୭୯୩ ସମିତି ସଭ୍ୟ ମଧ୍ୟରୁ ୩ ହଜାର ୫୩୮ଟି ସିଟ୍ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଓବିସି ମାନଙ୍କ ପାଇଁ ୯୧୩ଟି ସିଟ୍ ସଂରକ୍ଷିତ ରଖାଯାଇଛି ।