କନକ ବ୍ୟୁରୋ : ଆସନ୍ତାକାଲି କୋଟିଆରେ ହେବ ନିର୍ବାଚନ । ସରିଛି ସମସ୍ତ ପ୍ରସ୍ତୁତି । ଆନ୍ଧ୍ରର ଷଢ଼ଯନ୍ତ୍ର ହେଉ କି କୌଣସି ଅପ୍ରତିକର ପରିସ୍ଥିତି ହେଉ ତାକୁ ରୋକିବା ପାଇଁ କୋଟିଆରେ କଡ଼ା ସୁରକ୍ଷା କରଯାଇଛି । ଦିନରେ ପୋଲିସର ଗାଁ ଗାଁ ବୁଲି ପ୍ଳାଗ ମାର୍ଚ୍ଚ କରୁଥିବା ବେଳେ ରାତିରେ ପୋଲିସ ପାଳି କରି ପଇଂତରା ମାରୁଛି । ୨ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।

Advertisment

ସେପଟେ, ବୋରିଗୁମ୍ମା, ସେମିଳିଗୁଡା ଓ ବନ୍ଧୁଗାଁ ବ୍ଲକରେ ଗତକାଲି ମତଦାନ ହୋଇଥିବାବେଳେ ଏହି ତିନିଟି ବ୍ଲକରେ ଆଶାନୁରୂପ ମତଦାନ ହୋଇଥିବା ଜଣାପଡିଛି । ଜିଲ୍ଲାରେ ମୋଟ ୮୦.୩ ପ୍ରତିଶତ ମତଦାନ ହୋଇଥିବାବେଳେ ବନ୍ଧୁଗାଁରେ ୭୫ ପ୍ରତିଶତ, ସେମିଳିଗୁଡାରେ ସର୍ବାଧିକ ୮୩.୨୯ ଓ ବୋରିଗୁମ୍ମାରେ ୭୫.୬ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ତେବେ କୋରାପୁଟ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ତିନି ବ୍ଲକରେ ମତଦାନକୁ ଅଧିକ କରିବାକୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ସେମିଳିଗୁଡା, ବନ୍ଧୁଗାଁ ଓ ବୋରିଗୁମ୍ମାରେ ଏକାଧିକ ବୁଥରେ ମହିଳାଙ୍କ ପାଇଁ ପିଙ୍କ୍‌ ବୁଥତ କରାଯାଇଥିଲା । ଏହାକୁ ଆଦର୍ଶ ମତଦାନ କେନ୍ଦ୍ର ଭାବେ ପରିଗଣିତ କରାଯାଇ ମତଦାନ ସଂଗ୍ରହ କରାଯାଇଥିଲା । ସେମିଳିଗୁଡାର ପିତାଗୁଡା, ବୋରିଗୁମ୍ମା ଓ  ବନ୍ଧୁଗାଁରେ ମଧ୍ୟ ପିଙ୍କ ବୁଥ୍ କରାଯାଇ ସଂଗ୍ରହ କରାଯାଇଥିଲା ଭୋଟ । ଅନ୍ୟପକ୍ଷରେ ଏବେ ଯାଏ ଏହି ତିନି ବ୍ଲକର ଏକାଧିକ ବୁଥରୁ ବୁଥ ପାର୍ଟି ଫେରି ନ ଥିବାରୁ ମତଦାନ ଆହୁରିବୃଦ୍ଧି ପାଇବା ଆଶା କରାଯାଇଛି ।