କନକ ବ୍ୟୁରୋ : କୋଟିଆ ନିର୍ବାଚନ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଏକାଠି ହୋଇଛନ୍ତି ସର୍ବଦଳୀୟ ନେତା । ଘରକୁ ଘର ବୁଲି ସର୍ବଦଳୀୟ ପ୍ରାର୍ଥୀ ମାଗୁଛନ୍ତି ଭୋଟ । ସାଥିରେ ରହିଛନ୍ତି ସର୍ବଦଳୀୟ ନେତା । ଆନ୍ଧ୍ରକୁ ଜବାବ ଦେବା ପାଇଁ ଏକାଠି ହୋଇ ପ୍ରଚାର ପ୍ରସାର କରୁଛନ୍ତି । ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ।

Advertisment

ସର୍ବଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବାକୁ ନେତା ମଧ୍ୟ କୋଟିଆବାସୀଙ୍କୁ ଅନୁରୋଧ କରିଛନ୍ତି । ସବୁ ଦଳର ରାଜ୍ୟ ସଭାପତି, ମୁଖ୍ୟମନ୍ତ୍ରୀ, କଂଗ୍ରେସ ଦଳର ରାଜ୍ୟ ସଭାପତିଙ୍କ ଫଟୋ ଧରି କୋଟିଆରେ ଜୋରସୋରରେ ଚାଲିଛି ପ୍ରଚାର ପ୍ରସାର । ଅନ୍ୟପଟେ ସାରାଦିନ ନେତାଙ୍କ ସହ ସ୍ଥାନୀୟ ଅଧିବାସୀ ମଧ୍ୟ ପ୍ରଚାରରେ ସାମିଲ ହେଉଛନ୍ତି ।

ଦିନରେ ପ୍ରଚାର କରୁଥିବା ବେଳେ କ୍ଲାନ୍ତି ମେଂଟାଇବା ପାଇଁ ରାତିରେ ନାଚଗୀତ ମସଗୁର ଅଛନ୍ତି ସ୍ଥାନୀୟ ଲୋକେ । ନିର୍ବାଚନୀ ପ୍ରଚାର ଗୀତରେ ତାଳ ଦେଇ ଲୋକେ ନାଚୁଥିବାର ଚିତ୍ର ସାମ୍ନାକୁ ଆସିଛି । ସର୍ବଦଳୀୟ ନେତା ବାଛିଥିବା ପ୍ରାର୍ଥୀ ମମତା ଜାନୀଙ୍କ ସମକ୍ଷରେ ପ୍ରସ୍ତୁତ କରାଯାଇଛି ଭୋଟ୍ ଗୀତ । ଏଥିରେ ତାଳ ଦେଇ ନାଚୁଛନ୍ତି ସ୍ଥାନୀୟ ଲୋକେ ।