ଓଡିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ ଆଗତ: ଏସସି/ଏସଟି, ଓବିସିଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ରହିବ

Advertisment
ଓଡିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ ଆଗତ: ଏସସି/ଏସଟି, ଓବିସିଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ରହିବ

କନକ ବ୍ୟୁରୋ: ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍‌ ୨୦୨୧ ଆଜି ବିଧାନସଭାରେ ଆଗତ ହୋଇଛି। ଓଡିଶା ଗ୍ରାମ ପଞ୍ଚାୟତ ବିଧେୟକ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ଭିତରେ ରହିବ। ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ।

ପଛୁଆ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାରେ ଯାହା ଲାଗୁ ହେବ ତାହା ପ୍ରାଧିକୃତ ଅଧିକାରୀ ତାହାକୁ କାର୍ୟ୍ୟକାରୀ କରିବେ। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଆସନ ସଂରକ୍ଷଣ ହେବା ପରେ ଅବଶିଷ୍ଟ ଆସନଗୁଡିକ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ କରାଯିବ। କିନ୍ତୁ ତାହା ୨୭ ଭିତରେ ରହିବା ଉଚିତ। ଯେଉଁଠି ପେଶା ଆଇନ କାର୍ୟ୍ୟକାରୀ ହେଉଛି ଅଥବା ସିଡ୍ୟୁଲ ଏରିଆରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ନାହିଁ। ଏହି ବିଲ୍‌ ବିଧାନସଭାରେ ପାରିତ ହେଲେ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe