ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ : ଆଜି ବସିବ ସର୍ବଦଳୀୟ ବୈଠକ; ଯୋଗ ଦେବେ ରାଜନୈତିକ ଦଳର ନେତା

106

କନକ ବ୍ୟୁରୋ : ଆଜି ପଞ୍ଚାୟତ ନିର୍ବାଚନ ପାଇଁ ବସିବ ସର୍ବଦଳୀୟ ବୈଠକ । ନିର୍ବାଚନ କମିଶନଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକରେ ରାଜନୀତିକ ଦଳର ନେତା ମାନେ ଯୋଗଦେବେ । ପଂଚାୟତ ନିର୍ବାଚନ ପ୍ରସଙ୍ଗରେ ଏହି ବୈଠକରେ ମୁଖ୍ୟତଃ ଆଲୋଚନା ହେବ । ଅଧିକରୁ ଅଧିକ ନୂଆ ଭୋଟର କିଭଳି ତାଲିକାରେ ସାମିଲ ହେବେ ତାଉପରେ ଗୁରୁତ୍ୱ ଦିଆଯିବ ବୋଲି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ସେହିପରି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବୈଠକରେ ପଞ୍ଚାୟତ ଗୁଡିକରେ ରହୁଥିବା ସମସ୍ୟା କଥା ଉଠାଇବ । ସରକାର ବିଭିନ୍ନ ନିଷ୍ପତ୍ତି ତରବରିଆ ଭାବରେ ତିଆରି ହୋଇଛି । ଏହାକୁ ନେଇ ଅଭିଯୋଗ ପରେ ବି ତର୍ଜମା ହୋଇନଥିବା କହିଛି ବିଜେପି ।