ଛତିଶଗଡରୁ ଧରାପଡିଲା ଓଡିଶା ଧାନ । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକରୁ ଛତିଶଗଡର ଦେଓଭୋଗକୁ ଯାଉଥିଲା ଧାନ । ଟ୍ରାକ୍ଟର ସହ ଧାନକୁ ଜବତ କଲା ପୁଲିସ

173

କନକ ବ୍ୟୁରୋ : ଛତିଶଗଡରେ ଧରାପଡିଲା ଓଡିଶା ଧାନ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରୁ ଏହି ଧାନ ଛତିଶଗଡର ଦେଓଭୋଗ ଅଂଚଳକୁ ଯାଉଥିଲା । ଛତିଶଗଡ ପୁଲିସ ଟ୍ରାକ୍ଟର ସହ ଧାନକୁ ଜବତ କରିଛି । ଏହି ଟ୍ରାକ୍ଟରରେ ପ୍ରାୟ ୨୫ ବସ୍ତା ଧାନ ବୋଝେଇ ହୋଇ ଛତିଶଗଡ ଯାଉଥିଲା । ଭୋର ସମୟରେ ସୀମାର ଆମିଲିପଦର ନିକଟରେ ଛତିଶଗଡ ପୁଲିସ ଜବତ କରିଛି ।

ଧାନ ନେଉଥିବା ବ୍ୟକ୍ତି ଓଡିଶାରେ ଚାଷ କରୁଥିବା ଓ ସେ ଅମଳ ପରେ ନିଜ ଗାଁକୁ ନେଉଥିବାର କହିଥିଲେ ବି ପୁଲିସ ଛାଡିନଥିଲା । ଛତିଶଗଡରେ କ୍ୱିଂଟାଲ ପିଛା ଧାନଦର ୨୫ ଶହ ଟଙ୍କା ରହିଥିବାବେଳେ ଓଡିଶା ଏହା ରହିଛି ୧୮୬୮ ଟଙ୍କା । ଏହି ଧାନଦରରେ ପ୍ରାୟ ୭ ଶହ ଟଙ୍କା ଫରକ ଥିବାରୁ ଛତିଶଗଡର ବେପାରୀ ଏହାର ଲାଭ ଉଠାଇବା ପାଇଁ ସୁଯୋଗ ଖୋଜୁଛନ୍ତି । ଓଡିଶା ସୀମାରେ ରହିଥିବା ୧୨ଟି ତନଖି ଫାଟକରେ ଯାଂଚ ବ୍ୟବସ୍ଥାକୁ କଡାକଡି କରାଯାଇଛି ।