କନକ ବ୍ୟୁରୋ : ଓଡ଼ିଶାରେ ପାଖାପାଖି ୧୩ ଲକ୍ଷ ଲୋକ ନେଇ ନାହାନ୍ତି କରୋନାର ଦ୍ୱିତୀୟ ଡୋଜ୍ । ୧୨ ଲକ୍ଷ ୯୫ ହଜାର ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ଦ୍ଧାରିତ ସମୟ ଭିତରେ ଏମାନେ ଦ୍ୱିତୀୟ ଡୋଜ୍ ନେଇ ନାହାନ୍ତି । ୬ ସପ୍ତାହ ଭିତରେ ନେଇନାହାନ୍ତି କୋଭାକ୍ସିନର ଦ୍ୱିତୀୟ ଡୋଜ୍ ।
କୋଭିସିଲ୍ଡ ପାଇଁ ୧୧୨ ଦିନ ବିତିଗଲାଣି, କିନ୍ତୁ ଏମାନେ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି । କୋଭିସିଲ୍ଡର ପ୍ରଥମ ଡୋଜ୍ ନେବା ପରେ ୧୨ରୁ ୧୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନିଆଯାଇପାରିବ ବୋଲି ମେ’ ୧୩ ତାରିଖରେ ଅନୁମତି ଦେଇଥିଲେ ସରକାର । ସେହିପରି କୋଭାକ୍ସିନ୍ ଟିକାର ପ୍ରଥମ ଡୋଜ୍ ନେବା ପରେ ୪ରୁ ୬ ସପ୍ତାହ ଭିତରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/22-19.jpg)