ବାଜିଲା ସାଇରନ୍, ହେଉଛି ସ୍ଥାନାନ୍ତରଣ: ରାଜ୍ୟରେ ୮ଲକ୍ଷ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତରଣ, ସୁରକ୍ଷିତ ସ୍ଥାନକୁ ଯିବାକୁ ସତର୍କ ସାଇରନ୍

Advertisment
ବାଜିଲା ସାଇରନ୍, ହେଉଛି ସ୍ଥାନାନ୍ତରଣ: ରାଜ୍ୟରେ ୮ଲକ୍ଷ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତରଣ, ସୁରକ୍ଷିତ ସ୍ଥାନକୁ ଯିବାକୁ ସତର୍କ ସାଇରନ୍

କନକ ବ୍ୟୁରୋ: ବାତ୍ୟା ଫୋନିକୁ ଆଖି ଆଗରେ ରଖି ଲୋକମାନଙ୍କୁ ସାଇରନ୍ ବଜାଇ ସତର୍କ କରାଯିବା ସହିତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ପିପିଲିରେ ସାଇରନ୍ ବଜାଇ ସତର୍କ କରାଯାଇଛି । ସେହିପରି କାକଟପୁର -ଅସ୍ତରଙ୍ଗର ତଳିଆ ଅଂଚଳ ଓ କଚ୍ଚା ଘରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି ।

publive-image

ଅସ୍ତରଙ୍ଗ ବ୍ଲକର ଛେନୁ, ତତ୍ପାଘର, ଉଦୟକଣି , କଟକଣା ଗ୍ରାମର ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତରିତ କରାଯାଉଛି । ତଣ୍ଡାଘରରେ ଥିବା ବାତ୍ୟା ଆଶ୍ରୟସ୍ଥଳିକୁ ଲୋକମାନଙ୍କୁ ନିଆଯାଇଛି । ତେବେ ସମୁଦ୍ରଠାରୁ ମାତ୍ର ୧୦୦ମିଟର ଦୂରରେ ତଣ୍ଡାଘର ବାତ୍ୟା ଆଶ୍ରୟ ସ୍ଥଳ ଥିବାରୁ ସେଠାରୁ ପୁଣି ଚିତ୍ରେଶ୍ୱର ହାଇସ୍କୁଲକୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି ।

publive-image

ତେବେ ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ନେବା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ବିଶେଷକରି ମହିଳା, ଗର୍ଭବତୀ ମହିଳା, ଶିଶୁ, ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗଙ୍କ ସ୍ଥାନାନ୍ତର କରିବା ଉପରେ ଗରୁତ୍ୱ ଦିଆଯାଉଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଏବଂ ଆଜି ସନ୍ଧ୍ୟା ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଅଂଚଳର ସମସ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ରାଜ୍ୟରେ ୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । କେବଳ ପୁରୀରେ ୧ ଲକ୍ଷ ୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ । କଟକରେ ୬୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ ।

publive-image

ଅନ୍ୟପଟେ, ସାମୁଦ୍ରିକ ବାତ୍ୟା ‘ଫୋନି’ର ପ୍ରଭାବରେ ପୁରୀ ଠାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଆରମ୍ଭ କଲାଣି। ଏବେ ବେଳାମାର୍ଗ ଠାରେ ସମୁଦ୍ର ମାତ୍ର ୨୦ ଫୁଟ୍ ଦୂରରେ ରହିଥବା ବେଳେ ସ୍ୱର୍ଗଦ୍ୱାର ଠାରେ ମାତ୍ର ୨୦ ଫୁଟ୍ ଦୂରରେ ରହିଛି। ଉତ୍ତାଳ ଲହରି ମାଡ଼ି ଆସି ମାଟି ଧୋଇ ନେଇ ଥିବାରୁ ସେଠାରେ କୃତ୍ରିମ ଜଳାଶୟ ସୃଷ୍ଟି ହେବା ପରି ଦିଶୁଛି।ପ୍ରଶାସନ ତରଫରୁ ସମୁଦ୍ର କୂଳରେ ଲାଲ୍ ପତାକା ଲଗାଯାଇଛି। ଦଉଡ଼ି ବନ୍ଧା ଯାଇ, ତାହାକୁ ନ ଟପିବା ପାଇଁ ପର‌୍ୟ୍ୟଟକମାନଙ୍କୁ ସତର୍କ କରାଇ ଦିଆ ଯାଇଛି। ହୁଇସିଲ୍ ଧରି ଲାଇଫ୍ଗାର୍ଡମାନେ ସମୁଦ୍ର କୂଳରେ ବୁଲୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe