ମାହାଙ୍ଗା ଡବଲ ମର୍ଡର ଘଟଣା : ଆଉ ଜଣେ ଗିରଫ ପରେ ମୋଟ୍ ଗିରଫ ସଂଖ୍ୟା ୬କୁ ବୃଦ୍ଧି

ଏବେ ବି ୪ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ; ମୃତ କୁଳମଣୀଙ୍କ ଘରକୁ ଯିବେ ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ

161

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ ହୋଇଛନ୍ତି । ଏହାସହ ଗିରଫଦାରୀ ସଂଖ୍ୟା ୬ରେ ପଂହଚିଛି ଏବେ ବି ୪ ଜଣ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ । ୫ ତାରିଖରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ଗତକାଲି ଆଉଜଣେ ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ କରାଯାଇଥିଲା । ମଙ୍ଗଳବାର ଦିନ ପୁଲିସ ଜଣେ ଅଭିଯୁକ୍ତକୁ ନେଇ ଘଟଣାସ୍ଥଳରେ ଡେମୋ ଦେଖାଇଥିଲା ।

ପୋଲିସ ହାତରେ ଧରାପଡିଥିବା ଅଭିଯୁକ୍ତ ପଂଚାନନ ସେଠୀ ଗଣମାଧ୍ୟମ ଆଗରେ ଗତକାଲି କହିଥିଲା ସେ ହତ୍ୟାକାଣ୍ଡ ଭିଆଇଛି । ତାକୁ ଉଲଗ୍ନ କରି ବାଡେଇବାରୁ ରାଗ ରଖି ସେ ଏପରି କାଣ୍ଡ ଘଟାଇଥିବା କହିଛି । କୋର୍ଟରେ ହାଜର କରାଯାଉଥିବା ବେଳେ ଏଭଳି ସ୍ୱିକାରୋକ୍ତ କରିଥିଲା । ସେପଟେ ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ ଆଜି ମାହାଙ୍ଗା ଯାଇ କୁଳମଣି ବରାଳଙ୍କ ପରିବାରକୁ ଭେଟିବେ । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ।