୮ ଲକ୍ଷ ଲୋକଙ୍କୁ କରାଯିବ ସ୍ଥାନାନ୍ତର: ବାତ୍ୟା ଆଶ୍ରୟସ୍ଥଳରେ ଦିଆଯିବ ରନ୍ଧାଖାଦ୍ୟ

୧୧ ଜିଲ୍ଲାର ୨୫ ହଜାର ୪୨୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ଏସଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା

133

କନକ ବ୍ୟୁରୋ: ବାତ୍ୟା ଫୋନି ପାଇଁ ଚନ୍ଦ୍ରଭାଗାରୁ ଚାନ୍ଦବାଲି ସବୁଠି ଜାରି ରହିଛି ସ୍ଥାନାନ୍ତର ପ୍ରକ୍ରିୟା । ୧୧ ଜିଲ୍ଲାର ୨୫ ହଜାର ୪୨୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା । ପାଖାପାଖି ୮ ଳକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ୮୭୯ଟି ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖାଯିବ ।

ମହିଳା,ବୃଦ୍ଧା,ଦିବ୍ୟାଙ୍ଗ ଓ ଶିଶୁଙ୍କ ଉପରେ ନଜର ରଖାଯାଇଛି । ଗଜପତିରେ ସବୁଠୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ୫ ଲକ୍ଷ ୯୭ ହଜାର ପଲିଥିନ ଷ୍ଟକ ରହିଛି । ୧ ଲକ୍ଷ ଫୁଡ ପ୍ୟାକେଟ ପ୍ରସ୍ତୁତ ହେଉଛି ।ଆବଶ୍ୟକ ପଡିଲେ ଏୟାରଡ୍ରପିଂରେ ଖାଦ୍ୟ ଯୋଗାଇଦିଆଯିବ । ଏନଡିଆରଏଫର ୨୮ଟି ଟିମ ପ୍ରସ୍ତୁତ ଅଛନ୍ତି ବୋଲି ଏସଆରସି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ତେବେ ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ନେବା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ବିଶେଷ କରି ମହିଳା, ଗର୍ଭବତୀ ମହିଳା, ଶିଶୁ, ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗଙ୍କ ସ୍ଥାନାନ୍ତର କରିବା ଉପରେ ଗରୁତ୍ୱ ଦିଆଯାଉଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଏବଂ ଆଜି ସନ୍ଧ୍ୟା ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଅଂଚଳର ସମସ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ରାଜ୍ୟରେ ୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । କେବଳ ପୁରୀରେ ୧ ଲକ୍ଷ ୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ । କଟକରେ ୬୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ ।