କନକ ବ୍ୟୁରୋ : ଓଡିଶା ଅଲମ୍ପିକ ଆସୋସିଏସନ ଜମିକୁ ନେଇ ପୂର୍ବତନ ଓସିଏ ସମ୍ପାଦକ ଆର୍ଶିବାଦ ବେହେରା ବ୍ୟାପକ ଆର୍ଥିର୍କ ଅନିୟମିତତା କରିଥିବା ଅଭିଯୋଗ ହୋଇଛି । କ୍ରିକେଟର ପ୍ରସାର କରିବା ବାହାନାରେ ଓସିଏ ସମ୍ପାଦକ ଏଭଳି ଦୁର୍ନିତୀ କରିଥିବା ଅଭିଯୋଗ ହୋଇଛି । ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗତକାଲି ଶତାଧିକ କଂଗ୍ରେସ କର୍ମୀ କଟକ ଜିଲ୍ଲାପାଳଙ୍କୁ ଭେଟି ଏନେଇ ଏକ ସ୍ମାରକପତ୍ର ଦେଇଛନ୍ତି ।
ପୂର୍ବରୁ ବିସିସିଆଇ ମଧ୍ୟ ଓସିଏର ଆର୍ଥିକ ଅନିୟମିତତା ନେଇ ଅଡିଟ୍ ରିପୋର୍ଟରେ ଦର୍ଶାଇସାରିଛି । ତେଣୁ ଆସନ୍ତା ୧୫ ଦିନ ମଧ୍ୟରେ ଜିଲ୍ଲାପାଳ ଓସିଏରେ ହୋଇଥିବା ଆର୍ଥିକ ଅନିୟମିତତା ନେଇ ହସ୍ତକ୍ଷେପ କରିବାକୁ କଂଗ୍ରେସ ଦାବି କରିଛି । ଯଦି ଜିଲ୍ଲାପାଳ ଏହି ଘଟଣାରେ ହସ୍ତକ୍ଷେପ ନ କରିନ୍ତି ତେବେ ଏହି ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କଟକ ନଗର କଂଗ୍ରେସ ସଭାପତି କହିଛନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-29-08h25m39s996.png)