ଅସ୍ତରଙ୍ଗର ଦେବୀ ମୁହାଁଣରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ : ଠାବ କଲା ବନ ବିଭାଗର ପାଟ୍ରୋଲିଂ ଟିମ୍

 ଅଢେଇଶହରୁ ଅଧିକ ଅଣ୍ଡା ସଂଗ୍ରହ କରି କରାଗଲା ସଂରକ୍ଷିତ

64

କନକ ବ୍ୟୁରୋ : ଅସ୍ତରଙ୍ଗ ଦେବୀ ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ଅପ୍ରତ୍ୟାସିତ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି ।ଅସ୍ତରଙ୍ଗ ଦେବୀ ମୁହାଣ ଅବବାହିକାରେ ସମୁଦ୍ର ମଧ୍ୟରେ ଅଲିଭ ରିଡଲେ କଇଁଛଙ୍କ ମିଳନ ପର୍ବ ଚାଲିଥିବାବେଳେ ଗତକାଲି ମଧ୍ୟରାତ୍ରରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ୨ଟି ଅଲିଭ ରିଡଲେ କଇଁଛ ଅପ୍ରତ୍ୟାସିତ ଭାବେ ସମୁଦ୍ର କୂଳକୁ ଆସି ଅଣ୍ଡାଦାନ କରିଥିବା ବନ ବିଭାଗ ପେଟ୍ରୋଲିଂ ଟିମ୍ ଦେଖିବାକୁ ପାଇଛନ୍ତି ।

ଗୋଟିଏ କଇଁଛ ଦେବୀ ନାସିରେ ଆସି ୧୩୩ ଟି ଅଣ୍ଡାଦାନ କରିଥିବା ବେଳେ ଡାଳୁଅକଣି ନିକଟରେ ଆଉ ଏକ କଇଁଚ ୧୨୮ ଟି ଅଣ୍ଡା ଦେଇ ସମୁଦ୍ରକୁ ଯାଇଛି । ଏହି ଦୁଇଟି କଇଁଛର ମୋଟ ୨୬୧ ଟି ଅଣ୍ଡାକୁ ବନ ବିଭାଗ କର୍ମଚାରୀମାନେ ସଂଗ୍ରହ କରି ଅସ୍ଥାୟୀ ହାଚେରୀରେ ପୋତି ସଂରକ୍ଷିତ ରଖିଛନ୍ତି ।