ଅସ୍ତରଙ୍ଗର ଦେବୀ ମୁହାଁଣରେ ହଜାର ହଜାର ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ: ଦଳ ଦଳ ହୋଇ ସମୁଦ୍ରମୁହାଁ ହେଉଛନ୍ତି ଶିଶୁ ଶାବକ; ଅସ୍ଥାୟୀ ହାଚେରୀରେ ଆହୁରି ରହିଛି ଅଣ୍ଡା

212

କନକ ବ୍ୟୁରୋ: ମହାମାରୀ ସମୟରେ ସମୁଦ୍ରକୂଳ ଶୁନଶାନ । ଆଉ ଏହି ସମୟରେ ଅସ୍ତରଙ୍ଗରେ ଦେବୀ ମୁହାଁଣ ଅବବାହିକାରେ ବନବିଭାଗର ଅସ୍ଥାୟୀ ହାଚେରୀରୁ ହଜାର ହଜାର ସଂଖ୍ୟାରେ ଅଲିଭ ରିଡଲେ ଶିଶୁଶାବକ ଜନ୍ମନେଇ ସମୁଦ୍ରମୁହାଁ ହୋଇଛନ୍ତି ।

୭ ମାସ ଧରି ଅବବାହିକାରେ ହଜାର ହଜାର ଅଲିଭ ରିଡଲେ ସମୁଦ୍ରର ବାଲୁକା ରାଶି ଉପରେ ଗାତ ଖୋଳି ଅଣ୍ଡାଦାନ କରିଥିଲେ । ଆଉ ସେହି ଅଣ୍ଡାକୁ ସଂଗ୍ରହ କରି ବନବିଭାଗ କର୍ମଚାରୀ ଅସ୍ଥାୟୀ ହାଚେରୀରେ ୪୫ ଦିନ ଧରି ପୋତି ରଖିଥିଲେ । ସେଥିରୁ ଶିଶୁଶାବକ ବାହାରି ସମୁଦ୍ରମୁହାଁ ହୋଇଛନ୍ତି । ଆଗକୁ ବି ଅଣ୍ଡାରୁ ଆହୁରି ଶିଶୁ ଶାବକ ଜନ୍ମନେବେ ବୋଲି ଜଣାପଡିଛି ।