କନକ ବ୍ୟୁରୋ: ମହାମାରୀ ସମୟରେ ସମୁଦ୍ରକୂଳ ଶୁନଶାନ । ଆଉ ଏହି ସମୟରେ ଅସ୍ତରଙ୍ଗରେ ଦେବୀ ମୁହାଁଣ ଅବବାହିକାରେ ବନବିଭାଗର ଅସ୍ଥାୟୀ ହାଚେରୀରୁ ହଜାର ହଜାର ସଂଖ୍ୟାରେ ଅଲିଭ ରିଡଲେ ଶିଶୁଶାବକ ଜନ୍ମନେଇ ସମୁଦ୍ରମୁହାଁ ହୋଇଛନ୍ତି ।
୭ ମାସ ଧରି ଅବବାହିକାରେ ହଜାର ହଜାର ଅଲିଭ ରିଡଲେ ସମୁଦ୍ରର ବାଲୁକା ରାଶି ଉପରେ ଗାତ ଖୋଳି ଅଣ୍ଡାଦାନ କରିଥିଲେ । ଆଉ ସେହି ଅଣ୍ଡାକୁ ସଂଗ୍ରହ କରି ବନବିଭାଗ କର୍ମଚାରୀ ଅସ୍ଥାୟୀ ହାଚେରୀରେ ୪୫ ଦିନ ଧରି ପୋତି ରଖିଥିଲେ । ସେଥିରୁ ଶିଶୁଶାବକ ବାହାରି ସମୁଦ୍ରମୁହାଁ ହୋଇଛନ୍ତି । ଆଗକୁ ବି ଅଣ୍ଡାରୁ ଆହୁରି ଶିଶୁ ଶାବକ ଜନ୍ମନେବେ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/1-1.png)