ଓଡିଶାରେ ଓଡିଆରେ ଚାଲିବ ଶାସନ! ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଏବେ ବଡ ଚ୍ୟାଲେଞ୍ଜ ।

114

କନକ ବ୍ୟୁରୋ: ଓଡିଶାରେ ଓଡିଆରେ ଚାଲିବ ଶାସନ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି । ଏଥିପାଇଁ ସେ ଓଡିଆରେ ନଥିପତ୍ର ମାଗିଛନ୍ତି ।

ଓଡିଆରେ ସରକାର ଚାଲିବ ବୋଲି ୨୦୧୮ରୁ ଏ ବାବଦରେ ଘୋଷଣା ହୋଇଛି । ତତ୍କାଳୀନ ସରକାର ଏହି ଘୋଷଣା କରିଥିଲେ । କିନ୍ତୁ ଏଯାବତ ଏହା ଲାଗୁ ହୋଇପାରି ନାହିଁ । କଣ ରହିଛି କାରଣ ଏହାକୁ ନେଇ ବଢିଛି ଚର୍ଚ୍ଚା। ବାଲେଶ୍ୱର ଜିଲ୍ଲାର ଭୋଗରାଇ, ଲକ୍ଷ୍ଣଣନାଥ, ଚନ୍ଦନେଶ୍ବର । ଏ ହେଉଛି ପଡୋଶୀ ପଶ୍ଚିମବଙ୍ଗର ପଡୋଶୀ ଅଞ୍ଚଳ, ଓଡିଶାର ସୀମାନ୍ତ ଜିଲ୍ଲା ବାଲେଶ୍ୱରର ଶେଷଭାଗ । ଏଠାରେ ବଙ୍ଗଳା ଭାଷାର ବ୍ୟବହାର ମଧ୍ୟ ରହିଛି। ଲୋକମାନେ ମଧ୍ୟ ବଙ୍ଗଳା ଭାଷାରେ କଥା ହୁଅନ୍ତି। ଅନେକ ଲୋକ ବେଉସା ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରନ୍ତି। ଏପରି ସ୍ଥିତିରେ ସ୍ଥାନୀୟ ପ୍ରଶାସନ ଓଡିଆରେ ସରକାର ଚଳାଇବା ଚ୍ୟାଲେଞ୍ଜ ରହିଛି । ସମାନ ଚ୍ୟାଲେଞ୍ଜ ଦକ୍ଷିଣ ଓଡିଶାର ବ୍ରହ୍ମପୁରରେ ମଧ୍ୟ ରହିଛି । ଏଠାରେ ତେଲୁଗୁ ଭାଷାଭାଷୀ ଲୋକ ରୁହନ୍ତି। ନିର୍ବାଚନ ବେଳେ ଏମାନଙ୍କର ଗୋଟିଏ ପ୍ରଭାବ ରହିଛି । ଏପରି ସ୍ଥିତିରେ ଏଠିକାର ଲୋକ ଓଡିଆ ଭାଷାକୁ କେତେ ଗ୍ରହଣ କରିବେ । ସେହିପରି କୋରାପୁଟ ମଧ୍ୟ ଆନ୍ଧ୍ରପ୍ରଦେଶ ସୀମାନ୍ତ । ଏଠି ବି ମଧ୍ୟ ତେଲୁଗୁ ଭାଷାଭାଷୀଙ୍କ ପ୍ରଭାବ ରହିଛି।

ପୂର୍ବ ସରକାର ଓଡିଆରେ ହୋର୍ଡିଂ ସହିତ ନାମଫଳକ ପାଇଁ ତାଗିଦ କରିଥିଲେ , ନ କଲେ ମୋଟା ଅଙ୍କର ଜୋରିମାନା କଥା କହିଥିଲେ। ହେଲେ ଏହାର ପ୍ରଭାବ ସେଭଳି ଦେଖିବାକୁ ମିଳିନଥିଲା । ଯେତେବେଳେ ରାଜଧାନୀ ହେଉ କଟକ, ପୁରୀରେ ସଠିକ ଭାବରେ ଓଡିଆ ଭାଷା କାର୍ୟ୍ୟକାରୀ ହୋଇପାରିଲା ନାହିଁ । ଏପରି ସ୍ଥିତିରେ ସୀମାନ୍ତ ଜିଲ୍ଲାରେ ସରକାର ଓଡିଆ ଭାଷାରେ କାର୍ୟ୍ୟକାରୀ କରିବାରେ ରହିଛି ଅନେକ ଚ୍ୟାଲେଞ୍ଜ ।