କରୋନାରେ ଆଖି ବୁଜିଛନ୍ତି ପୁଣି ଜଣେ ସଂଗୀତ ନିର୍ଦ୍ଦେଶକ : ଆଲବମ୍ ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ

Advertisment
କରୋନାରେ ଆଖି ବୁଜିଛନ୍ତି ପୁଣି ଜଣେ ସଂଗୀତ ନିର୍ଦ୍ଦେଶକ : ଆଲବମ୍ ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ

କନକ ବ୍ୟୁରୋ : କରୋନାରେ ଆଖି ବୁଜିଛନ୍ତି ପୁଣିଜଣେ ସଂଗୀତ ନିର୍ଦ୍ଦେଶକ । ରାଜ୍ୟରେ ଆଲବମ ଏବଂ ଓଡିଆ ଫିଲ୍ମ ଜଗତରେ ଜଣେ ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ ହୋଇଛି । କିଛିଦିନ ହେବ ସେ କରୋନାରେ ଆକ୍ରାନ୍ତ ଥିଲେ । ତେବେ ଆଜି ହଠାତ ଦେହ ଭୀଷଣ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସ୍ପିଟାଲ ନେବା ବାଟରେ ଦେହାନ୍ତ ହୋଇଥିବା ଜଣାପଡିଛି ।

ଶାନ୍ତିରାଜ ଖୋସଲାଙ୍କ ଘର କଟକରେ ଏବଂ ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା । 'ତୋର ମୋର ଯୋଡି ସୁନ୍ଦର' ଏବଂ 'ବାଇସି ପାହାଚେ ଖେଳିବ ମୀନ' ଭଳି ଓଡିଆ କଥାଚିତ୍ରରେ ସେ ଗୀତ ଲେଖିବା ସହ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ସେହିପରି ଏକାଧିକ ଓଡିଆ ଆଲବମରେ ତାଙ୍କର ସ୍ୱର ସଂଯୋଜନା ଗାତକୁ ଅଧିକ ଲୋକପ୍ରିୟ କରିପାରିଥିଲା । ଗତ ମେ ୧୭ ତାରିଖରେ ଆଉ ଜଣେ ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ କରୋନାରେ ପରଲୋକ ହୋଇଥିଲା ।

ଜୟପୁର ସହର ଖ୍ରୀଷ୍ଟିଆନ୍ ପେଟା ଅଞ୍ଚଳର ସ୍ବର୍ଗତ ମାର୍ଟିନ୍ ଖୋସ୍ଲା ଓ ସ୍ବର୍ଗତ ସାବିତ୍ରୀ ଖୋସଲାଙ୍କ ଚତୁର୍ଥ ସନ୍ତାନ ଥିଲେ ଶାନ୍ତିରାଜ। ୧୯୬୬ ମସିହା ଅକ୍ଟୋବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଜୟପୁର ଆକାଶବାଣୀ କେନ୍ଦ୍ରରେ ସଙ୍ଗୀତ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ କଟକକୁ କର୍ମଭୂମି ଭାବେ ଚାଲି ଆସିଥିଲେ। ସଙ୍ଗୀତକୁ ସାଧନା କରି ଆନୁଷ୍ଠାନିକ ଭାବେ ହିନ୍ଦୁସ୍ତାନୀ ଓ କ୍ଲାସିକାଲ ତାଲିମ ନେଇଥିଲେ। ନିଜେ ଗୀତ ଲେଖିବା, ଗାଇବା ଓ ତାହାକୁ ସଂଯୋଜନା କରିବା ଭଳି ବହୁମୁଖୀ ପ୍ରତିଭା ଥିଲା ଶାନ୍ତିରାଜ।

ଓଡ଼ିଆ ଆଲବମ୍ ହେଉ ବା ଭଜନ ଓ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କର ସଂଗୀତ ବେଶ୍ ଲୋକପ୍ରିୟ ହୋଇପାରିଛି। ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ରଙ୍ଗନମ୍ବର’ରୁ ସଙ୍ଗୀତ ନିର୍ଦ୍ଦେଶନା ଆରମ୍ଭ କରିଥିଲେ। ଏହାପରେ ତୋ ବିନା ମୋ କାହାଣୀ ଅଧା, ଏସ୍‌ପି ରନବିର୍, ଡନ୍, ମତେ ଆଣିଦେଲ ଲକ୍ଷେ ଫଗୁଣ ଭଳି ବହୁ ସିନେମାରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଓଡ଼ିଆ ସଂଗୀତକୁ ଲୋକପ୍ରିୟ କରାଇବାରେ ସବୁ‌ବେଳେ ଚେଷ୍ଟା କରି ଆସୁଥିଲେ, ଏଥିରେ ସଫଳ ମଧ୍ୟ ହୋଇଥିଲେ। ‘ଫେରିଆ’ ଚଳଚ୍ଚିତ୍ର ପାଇଁ ୨୦୧୯ ମସିହାରେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe