ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଅନାବଶ୍ୟକ, କେନ୍ଦ୍ର ଯୋଗାଉଥିବା ଅର୍ଥକୁ ଖର୍ଚ୍ଚ କଲେ ସୁନାରେ ପରିଣତ ହେବ ଓଡ଼ିଶା : କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

184

କନକ ବ୍ୟୁରୋ : କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଲେ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଆବଶ୍ୟକତା ନାହିଁ । କେନ୍ଦ୍ର ଯୋଗାଉଥିବା ଅର୍ଥକୁ ଖର୍ଚ୍ଚ କଲେ ସୁନାରେ ପରିଣତ ହେବ ଓଡ଼ିଶା । ଯାହା ଅର୍ଥ ଦିଆଯାଉଛି ତାହା ରାଜ୍ୟ ଖର୍ଚ୍ଚ କରିପାରୁନି । ଦୋଷ ଦୁର୍ବଳତାକୁ ଘୋଡାଇବା ପାଇଁ କେନ୍ଦ୍ର ଅବହେଳାର ନାରା ଦିଆଯାଏ । ଫସଲବୀମାକୁ ନେଇ କେନ୍ଦ୍ରର ଟିକିଏ ବି ଭୁଲ ନାହିଁ । କେନ୍ଦ୍ରର ଯାହା ନିର୍ଦ୍ଦେଶ ଅଛି ତାହାକୁ ଯଦି ରାଜ୍ୟ ସରକାର ମାନିଥାନ୍ତେ ତେବେ ଫସଲବୀମା ଟଙ୍କା ପାଇଁ ଚାଷୀ ହଇରାଣ ହୋଇନଥାନ୍ତେ ।

ସେହପରି ‘ଦିଲ୍ଲୀରେ ଓଡିଶାର ସ୍ୱର’କୁ ନେଇ ଆଲୋଚନା ବେଳେ କହିଲେ, ଗୃହରେ ସମସ୍ତେ ନିଜ ମତ ରଖିବାକୁ ଚାହାନ୍ତି । ଅନେକ କାରଣ ପାଇଁ ସଂସଦ ଅଚଳ ଯୋଗୁଁ ମତ ରଖି ହୁଏନି । ସଂଘୀୟ ବ୍ୟବସ୍ଥାରେ କିଛି ପାତରଅନ୍ତର ହୁଏନି । ଡବଲ ଇଞ୍ଜିନ ସରକାରରେ ଅନେକ ଲାଭ ମିଳିଥାଏ । ଡବଲ ଇଞ୍ଜିନ ସରକାର ନଥିଲେ ରାଜ୍ୟ ପଛରେ ପଡେ । କେନ୍ଦ୍ର ଯୋଜନାକୁ ବେଳେବେଳେ ଚାପି ଦିଆଯାଉଛି ।

ଛତିଶଗଡ ସହ ମହାନଦୀ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ଆନ୍ତରିକତା ଦେଖାଉନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କେନ୍ଦ୍ର ସରକାର ଓ ଛତିଶଗଡ ସରକାରଙ୍କ ସହ ଆଲୋଚନା କରି, ରାଜ୍ୟ ସରକାର ସମାଧାନ କରନ୍ତୁ ବୋଲି କହିଛନ୍ତି ବିଶ୍ୱେଶ୍ୱର ଟୁଡୁ । ମହାନଦୀ ବିବାଦ ନେଇ ଗଠନ ହୋଇଥିବା ଟ୍ରିବ୍ୟୁନାଲର ବିଭିନ୍ନ ସମୟରେ ସମୀକ୍ଷା କରାଯାଉଛି ।

ସରକାରୀ ବାବୁଙ୍କ ଉପରେ କେନ୍ଦ୍ର ମନ୍ତ୍ରୀ ରାଗିଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁୁଡୁ । କହିଛନ୍ତି, ଅନେକ ଅଫିସର ଦୁର୍ନୀତିରେ ଲିପ୍ତ ରହୁଛନ୍ତି, ସେମାନଙ୍କୁ ଗାଳି ନଦେଇ କ’ଣ ଫୁଲମାଳ ପକାଯିବ କି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।