କନକ ବ୍ୟୁରୋ : ଭାରତୀୟ ରଗବି ଦଳର ପ୍ରାୟୋଜକ ହେଲେ ଓଡ଼ିଶା ସରକାର ଓ କିଟ୍। ୩ ବର୍ଷ ପାଇଁ ରଗବି ଇଣ୍ଡିଆ ସହିତ ଚୁକ୍ତି ସାକ୍ଷର କରିଛନ୍ତି ଉଭୟ ରାଜ୍ୟ ସରକାର ଓ କିଟ୍। ଆଗକୁ ୧୮ ବର୍ଷରୁ କମ୍ ଭାରତୀୟ ଏସିଆନ୍ ଚାମ୍ପିଅନସିପରେ ଭାଗ ନେବାକୁ ଯାଉଛି ଭାରତ।
ଗତ ଅଗଷ୍ଟ ୧୪ ତାରିଖରୁ ଆସନ୍ତା ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କିଟରେ ରଗବିର ଜାତୀୟ କ୍ୟାମ୍ପ୍ ଆୟୋଜିତ ହୋଇଯାଇଛି। ଏହି କ୍ୟାମ୍ପରେ ତାଲିମ ସହିତ ଆଗକୁ ଆସୁଥିବା ଖେଳ ପାଇଁ ଖେଳାଳି ମଧ୍ୟ ଚୟନ କରାଯିବ। ପ୍ରଦର୍ଶନ ଦେଖି ୧୩ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୫୨ ମହିଳା ଖେଳାଳିଙ୍କୁ ଚୟନ କରାଯାଇଛି , ଯେଉଁମାନେ ୧୮ ବର୍ଷରୁ କମ୍ ଜାତୀୟ ଶିବିରରେ ଯୋଗଦେବେ।
ଆମେ ରଗବି ସହିତ ଯୋଡ଼ି ହେଲୁ ଏବଂ ମୁଁ ବହୁତ ଖୁସି ଯେ ଭାରତୀୟ ମହିଳା ଦଳର ତାଲିମ୍ ଶିବିର ଓଡ଼ିଶାରେ ଆୟୋଜିତ କରାଯାଇଥିଲା। ମୁଁ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/Naveen-Patnaik-namaste-750x430-1.jpg)