ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସ୍ତରରେ: ଆଜି ଏକାଥରେ ୩୦୪ ନୂଆ ସଂକ୍ରମିତ ଚିହ୍ନଟ; ସଂଗରୋଧ କେନ୍ଦ୍ରରୁ ୨୭୨ ଓ ସ୍ଥାନୀୟ ଅଂଚଳରୁ ୩୨ ଆକ୍ରାନ୍ତ ଠାବ

Advertisment
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସ୍ତରରେ: ଆଜି ଏକାଥରେ ୩୦୪ ନୂଆ ସଂକ୍ରମିତ ଚିହ୍ନଟ; ସଂଗରୋଧ କେନ୍ଦ୍ରରୁ ୨୭୨ ଓ ସ୍ଥାନୀୟ ଅଂଚଳରୁ ୩୨ ଆକ୍ରାନ୍ତ ଠାବ

କନକ ବ୍ୟୁରୋ: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ । ୨୧ ଜିଲ୍ଲାରୁ ମୋଟ ୩୦୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୬୦କୁ ବୃଦ୍ଧି ପାଇଛି ।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଜପତି ଜିଲ୍ଲାରୁ ସର୍ବାଧିକ ୪୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଗଂଜାମରୁ ୪୦, ଖୋର୍ଧାରୁ ୫, ମାଲକାନଗିରିରୁ ୨, କଟକରୁ ୧୩, ନୟାଗଡରୁ ୩, ଜଗତସିଂହପୁରରୁ ୨୯, ଝାରସୁଗୁଡାରୁ ୨୫, ବାଲେଶ୍ୱରରୁ ୧୭ ଢେଙ୍କାନାଳରୁ ୧, ସୋନପୁରରୁ ୪, କନ୍ଧମାଳରୁ ୧୨, ଭଦ୍ରକରୁ ୧୧, ବରଗଡରୁ ୧୪, ଯାଜପୁରରୁ ୨୧, ଗଂଜାମରୁ ୪୦, ପୁରରୁ ୩, ସୁନ୍ଦରଗଡରୁ ୧, ସମ୍ବଲପୁରରୁ ୨, ବଲାଙ୍ଗୀରରୁ ୧, ମୟୁରଭଂଜରୁ ୬ ଏବଂ କେନ୍ଦ୍ରାପଡାରୁ ୫ ଜଣ କରୋନା ସଂକ୍ରମିତ ଠାବ ହୋଇଛନ୍ତି ।

ସେହିପରି ଏମାନଙ୍କ ମଧ୍ୟରେ  ୩୨ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୨୭୨ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ ପଶ୍ଚିମବଙ୍ଗରୁ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଫେରିଥିବା ୪୨ଜଣ ଅଗ୍ନିଶମ ଓ ଏନଡିଆରଏଫ୍ ଯବାନ୍ ଥିବାର ସୂଚନା ଦିଆଯାଇଛି। ଏବେ ରାଜ୍ୟରେ ମୋଟ୍ ୩୫୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୦୭ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe