ଆଜି ଆଉ ୧୫ ଜିଲ୍ଲାରୁ ୧୭୯ ପଜିଟିଭ: ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୫୦, ସ୍ଥାନୀୟ ଅଂଚଳରୁ ୨୯ ସଂକ୍ରିମତ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬ କୁ ବୃଦ୍ଧି

କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାର କର୍ମଚାରୀଙ୍କୁ କରୋନା: ସଂକ୍ରମଣ ରୋକିବାକୁ ହେଲା ସୀଲ୍, ସଂସ୍ପର୍ଶରେ ଆସିଥିବା କର୍ମଚାରୀ ଗଲେ କ୍ୱାରେଣ୍ଟିନ

କନକ ବ୍ୟୁରୋ: ରାଜ୍ୟରେ ଆଜି ଆଉ ୧୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ।  ୧୫ ଜିଲ୍ଲାରେ ଆଜି ଆଉ ୧୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୪ ହଜାର ୮୫୬କୁ ବୃଦ୍ଧି ପାଇଛି ।  ଚିହ୍ନଟ ହୋଇଥିବା ୧୭୯ ନୂଆ ପଜିଟିଭଙ୍କ ମଧ୍ୟରୁ ୧୫୦ ଜଣ ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରୁ ଠାବ ହୋଇଥିବା ବେଳେ ୨୯ ଜଣ ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ଲୋକ ।

୧୭୯ ନୂଆ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୬୫ ଆକ୍ରାନ୍ତ କେବଳ ଗଂଜାମ ଜି୍ଲାର ହୋଇଥିବା ବେଳେ ଖୋର୍ଧାରୁ ୨୭, ଅନୁଗୁଳରୁ ୬, ନବରଙ୍ଗପୁରରୁ ୧, ଜଗତସିଂହପୁରରୁ ୪, କଟକରୁ ୧୫,  ବରଗଡରୁ ୨, ଭଦ୍ରକରୁ ୫, ଯାଜପୁରରୁ ୩, ମାଲକାନଗିରିରୁ ୨, ରାୟଗଡାରୁ ୫, କେନ୍ଦୁଝରରୁ ୧୮, ଦେବଗଡରୁ ୧, କେନ୍ଦ୍ରାପଡାରୁ ୫ ଏବଂ ମୟୁରଭଂଜ ଜିଲ୍ଲାରୁ ୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ବଡ କଥା ହେଉଛି ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୧୮ ଜଣ କରୋନା ଯୋଦ୍ଧା । ଏନଡିଆରଏଫ ଏବଂ ଅଗ୍ନଶମ ବିଭାଗର ୧୮ ଜଣ ଯବାନଙ୍କଠାରେ ଚିହ୍ନଟ ହୋଇଛି କୋଭିଡ୧୯ ଭୁତାଣୁ ।   ପଶ୍ଚିମବଙ୍ଗରେ ଅମ୍ଫାନ ମୁବାକିଲା କରି ଫେରିବା ପରେ ଏମାନେ ସଂକ୍ରମିତ ହୋଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe