କନକ ବ୍ୟୁରୋ: ରାଜ୍ୟରେ ଆଜି ଆଉ ୧୬୫ ନୂଆ ଆକ୍ରାନ୍ତ ଚିହ୍ନଟ । ୧୭ ଜିଲ୍ଲାରୁ ଆଜି ଆଉ ୧୬୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୬୭୭କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୪୦ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୨୫ ଜଣ ହେଉଛନ୍ତି ସ୍ଥାନୀୟ ଲୋକ । ଏହାଛଡ଼ା ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିଥିବା ୧୧ଜଣ କର୍ମଚାରୀ ଅଛନ୍ତି।

Advertisment

ନୂଆ ୧୬୫ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୮, ନବରଙ୍ଗପୁରରୁ ୩, ନୟାଗଡରୁ ଜଣେ, ପୁରୀରରୁ ୭, କଟକରୁ ୨୦ ,ଜଗତସିଂହପୁରରୁ ଜଣେ, ଝାରସୁଗୁଡାରୁ ୨, ଅନଗୁଳୁରୁ ଜଣେ, ବାଲେଶ୍ୱରରୁ ୨୧, ମାଲକାନଗିରିରୁ ଜଣେ, ଗଂଜାମରୁ ୪୧, ଗଜପତିରୁ ୨୮, ସୁନ୍ଦରଗଡରୁ ୬, ବଲାଙ୍ଗିରରୁ ୨, ମୟୁରଭଂଜରୁ ୩ ଏବଂ କୋରାପୁଟରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ୍ ୩୧୪୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୧୯ ରହିଛି। ଅପରପକ୍ଷରେ ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।