କନକ ବ୍ୟୁରୋ : ଆସନ୍ତକାଲିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପ୍ରାୟ ତିନି ମାସ ଧରି ବନ୍ଦ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ତେବେ କରୋନା କାଳରେ ପର୍ଯ୍ୟଟକଙ୍କ ପାଇଁ କ’ଣ ରହିବ ଗାଇଡଲାଇନ୍ ତାକୁ ଅପେକ୍ଷା କରାଯାଇଛି ।
ଏନେଇ ଆଜି ବିଧିବଦ୍ଧ ଭାବେ ଗାଇଡଲାଇନ୍ ଜାରି କରାଯିବ । ସାରା ଓଡ଼ିଶାରେ ଅନଲକ୍ ପ୍ରକିୟା ଆରମ୍ଭ ହୋଇଥିଲେ ମଧ୍ୟ ଭୁବନେଶ୍ୱର କଟକ ଓ ପୁରୀରେ କିଛି କଟକଣା ଥିବାରୁ ତାକୁ ଦୃଷ୍ଟିରେ ରଖି ପର୍ଯଟକଙ୍କ ପାଇଁ ଗାଇଡଲାଇନ୍ ଆସିବ । କରୋନା ସ୍ଥିତିକୁ ନଜରରେ ରଖି ପର୍ଯଟକଙ୍କ ପାଇଁ କିଛି କଟକଣା ରହିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/2.jpg)