କନକ ବ୍ୟୁରୋ: ବିଧାନସଭାର ଚାଲିଛି ମୌସୁମୀ ଅଧିବେଶନ । ଆଉ ଆଜି ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହୋଇଛି । ଓଡିଶା ମ୍ୟୁନିସିପାଲ ଆଇନ୍ ସଂଶୋଧନ ବିଲ୍ ଆଜି ବିଧାନସଭାରେ ଆଗତ ହୋଇଛି । ଏହି ସଂଶୋଧନ ବିଧେୟକ ଅନୁସାରେ ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ । ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ ବୋଲି ଏହି ବିଧେୟକରେ ନିୟମ ରହିଛି । ଏଥିସହିତ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ ବୋଲି ଏହି ବିଧେୟକରେ ନିୟମ ରହିଛି । ଏହି ବିଲ୍ ବିଧାନସଭାରେ ପାରିତ ହେଲେ ପୌର ନିର୍ବାଚନ ପାଇଁ ବାଟ ଫିଟିବ ।
ବିଧାନସଭାରେ ଓଡିଶା ମ୍ୟୁନିସିପାଲ ଆଇନ ସଂଶୋଧନ ବିଲ ଆଗତ
ସଂଶୋଧନ ବିଲରେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା
ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ#OdishaAssemblypic.twitter.com/O1ESYDyBGS— Kanak News (@kanak_news) September 6, 2021