କନକ ବ୍ୟୁରୋ : ଆଜି ଓଡିଶା ଆସିବ ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀର । ଦ୍ୱିତୀୟ ଥର ଏଭରେଷ୍ଟ ଶିଖର ବିଜୟ କରିବା ପରେ ପ୍ରାଣ ହରାଇଥିବା କଳ୍ପନାଙ୍କ ମରଶରୀରକୁ ଏଭରେଷ୍ଟର ବାଲକୋନୀ ଅଂଚଳରୁ ଉଦ୍ଧାର କରିଥିଲେ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ । ପ୍ରଥମେ ତାଙ୍କ ମରଶରୀରକୁ ଲୁକଲା ଆଣିବା ପରେ କାଠମାଣ୍ଡୁ ଅଣାଯାଇଥିଲା । ଏଠାରେ ଟିଚିଂ ହସ୍ପିଟାଲରେ କଳ୍ପନାଙ୍କ ମରଶରୀରକୁ ବେଶ୍ କିଛି ଘଂଟା ବାହାରେ ରଖିବା ପରେ ବ୍ୟବଚ୍ଛେଦ କରାଯାଇଛି । ଅନ୍ୟପଟେ ଆନୁସଙ୍ଗିକ କାଗଜପତ୍ର କାମ ଗତକାଲି ଶେଷ ହୋଇଛି । ତେଣୁ ଆଜି ରାତି ୯ଟା ବେଳକୁ କଳ୍ପନାଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଂଚିପାରେ । ସାଢ଼େ ୯ଟାରୁ ସାଢ଼େ ୧୦ଟା ଯାଏଁ ଲୋକେ ତାଙ୍କର ଶେଷ ଦର୍ଶନ କରିପାରିବେ । ଶନିବାର ରାତି ୯ଟାରୁ ୧୦ଟା ସୁଦ୍ଧା ଭୁବନେଶ୍ବର ପହଞ୍ଚିବାର ସମ୍ଭାବନା ରହିଛି ବୋଲି ରାଜ୍ୟର ପ୍ରଥମ ପୁରୁଷ ଏଭେରେଷ୍ଟ୍ ବିଜେତା ଗଣେଶ ଚନ୍ଦ୍ର ଜେନା ଏବଂ କଳ୍ପନାଙ୍କ ସହକର୍ମୀ ରଂଜିତ ସୂଚନା ଦେଇଛନ୍ତି। ଏହି ଦଳରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାସ ମଧ୍ୟ ସାମିଲ ଅଛନ୍ତି।
ସୂଚନାଯୋଗ୍ୟ, ଗତ ମେ’ ୨୩ ତାରିଖରେ ଶାଢୀ ପିନ୍ଧି କଳ୍ପନା ଦାଶ ଏଭରେଷ୍ଟ ଶୀର୍ଷ ଛୁଇଁ ରେକର୍ଡ କରିଛନ୍ତି । କିନ୍ତୁ ଏହାର କିଛି ଘଂଟା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏଭରେଷ୍ଟରେ ଚଳିତ ବର୍ଷ ଟ୍ରାଫିକ୍ ଜାମ ହେବାରୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ମୃତ୍ୟୁର ଅନ୍ୟତମ କାରଣ ବୋଲି କୁହାଯାଉଛି। ୨୦୦୮ ମସିହାରେ ସେ ପ୍ରଥମ ଥର ପାଇଁ ଏଭେରେଷ୍ଟ ଆରୋହଣ କରି ଓଡ଼ିଶା ଇତିହାସରେ ନୂଆ ଫର୍ଦ ଯୋଡ଼ିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/KALPANA.jpg)
/kanak/media/post_attachments/wp-content/uploads/2019/05/Kalpana-Dash-600x350-300x175.jpg)