ମୋଟର ଚାଳକ ସଂଘର ରାଜ୍ୟବ୍ୟାପି ଧର୍ମଘଟ: ବରମୁଣ୍ଡାରେ ବେସରକାରୀ ବସ୍ କର୍ମଚାରୀଙ୍କ ବିକ୍ଷୋଭ; କରୋନା ଯୋଦ୍ଧା ଘୋଷଣା ସହ ୩ ମାସର କ୍ଷତିପୂରଣ ଓ ୫୦ ଲକ୍ଷ ଟଙ୍କାର ବିମା ଦାବି

560

କନକ ବ୍ୟୁରୋ: ଓଡିଶା ମୋଟର ଚାଳକ ସଂଘର ଧର୍ମଘଟ । ଧର୍ମଘଟରେ ଗାଡି ଗାଡି ଡ୍ରାଇଭର, କଣ୍ଡକ୍ଟର, ହେଲପର ସମେତ ସମସ୍ତ କର୍ମଚାରୀ ସାମିଲ ହୋଇଛନ୍ତି । ୩ ମାସର କ୍ଷତିପୂରଣ ସମେତ ୫୦ ଲକ୍ଷ ଟଙ୍କାର ବୀମା କଲ୍ୟାଣ ପାଣ୍ଠି ଓ ଶ୍ରମ ବିଭାଗ ଦ୍ୱାରା ପରିବହନ କର୍ମଚାରୀ ମାନ୍ୟତା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ ।

ଏହା ସହ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ ୧ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ କର୍ମଚାରୀ କାର୍ଯ୍ୟ ଆରମ୍ଭ କରିବେ ବୋଲି କହିଛନ୍ତି । ଫଳରେ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେପଟେ ଧର୍ମଘଟ ଯୋଗୁଁ କାକଟପୁର ଅସ୍ତରଙ୍ଗ, କୋଣାର୍କ ଓ ପିପିଲିରୁ କୌଣସି ବସ ଚଳାଚଳ କରୁନାହିଁ । ମା ରାମଚଣ୍ଡୀ ବସ କର୍ମଚାରୀ ସଂଘର ଡ୍ରାଇଭର ହେଲପୁର ଓ କଣ୍ଡକ୍ଟର ସାମିଲ ହୋଇଛନ୍ତି । ଦାବି ପୂରଣ ହେଲେ ହିଁ ବସ ଚଳାଚଳ କରିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ, ଓଡିଶା ମୋଟର ଚାଳକ ସଂଘର ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । କହିଛନ୍ତି ସେମାନଙ୍କ ଦାବି ଯୁକ୍ତିଯୁକ୍ତ । ସେମାନଙ୍କ ପାଇଁ ବିମାର ଆବଶ୍ୟକତା ଅଛି । ସେମାନେ ଲିଖିତ ଆକାରରେ ଜଣାଇଥିଲେ, ଆମେ ସେମାନଙ୍କ ଦାବି ମୁଖ୍ୟମନ୍ତ୍ରୀଙ୍କ ବିଚାରାଧୀନ ଅଛି । ଆର୍ଥିକ ସ୍ଥିତିକୁ ଦେଖାଯାଇ ନିଷ୍ପତି ନିଆଯିବ । ୩ ମାସର କ୍ଷତିପୂରଣ ସମେତ ୫୦ ଲକ୍ଷ ଟଙ୍କାର ବୀମା କଲ୍ୟାଣ ପାଣ୍ଠି ଓ ଶ୍ରମ ବିଭାଗ ଦ୍ୱାରା ପରିବହନ କର୍ମଚାରୀ ମାନ୍ୟତା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ଏହା ସହ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ ୧ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ କର୍ମଚାରୀ କାର୍ଯ୍ୟ ଆରମ୍ଭ କରିବେ ବୋଲି କହିଛନ୍ତି । ଧର୍ମଘଟରେ ଡ୍ରାଇଭର, କଣ୍ଡକ୍ଟର, ହେଲପର ସମେତ ସମସ୍ତ କର୍ମଚାରୀ ସାମିଲ ହୋଇଛନ୍ତି ।