କନକ ବ୍ୟୁରୋ : ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକ ହତ୍ୟା ଘଟଣା । ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀ ତଥା ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହା ସହ ଦାନପୁର ପଞ୍ଚାୟତର ଯୁବ ବିଜେଡି ନେତା କୁମର ସାହୁ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ପୂର୍ବତନ ସରପଞ୍ଚଙ୍କ ସହ ମିଶି ଦୀର୍ଘ ଦିନ ହେଲା ଦାନପୁର ପଞ୍ଚାୟତ ରାଜନୀତରେ ସକ୍ରିୟ ଥିଲେ । ଏତଲା ଦେଇଥିବା ମନୋଜ ପ୍ରଧାନଙ୍କ ସହ ବିଧାୟିକାଙ୍କ ସ୍ୱାମୀ ତଥା ବ୍ଲକ ଅଧ୍ୟକ୍ଷଙ୍କ ରାଜନୀତିକ ଶତ୍ରୁତା ଥିବା ଏତଲାରେ ଉଲ୍ଲେଖ ରହିଛି । ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକଙ୍କୁ ଦାନପୁରଠାରେ ମୁଣ୍ଡକୁ ଇଟାରେ ଛେଚି ଦୁର୍ବୃତ୍ତ ହତ୍ୟା କରିଥିଲେ । ମୃତକ ସୁନୀଲ ନାହାକ ହେଉଛନ୍ତି ଆସିକା ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହାକଙ୍କ ଦେଢଶୁର ।
ଗତକାଲି କୋଦଳା ଥାନା ଦାନପୁର ଗାଁରେ ଗଣେଶ ପୂଜା ଭୋଜି ଖାଇବାକୁ ବସିଥିଲେ ସୁନୀଲ । ଏହି ସମୟରେ ଦାନପୁର ଗାଁର କିଛି ଯୁବକଙ୍କ ସହ କୌଣସି କଥାକୁ ନେଇ ବଚସା ହୋଇଥିଲା । ସେଠାରେ ତାଙ୍କୁ ସଂଘବଦ୍ଧ ଭାବେ ଢେଙ୍ଗା, ଲୁହାରଡ ଓ ଛୁରୀରେ ଆକ୍ରମଣ କରି ସହ ଇଟାରେ ମୁଣ୍ଡକୁ ଛେଚି ହତ୍ୟା କରାଯାଇଥିବା ସୂଚନା ମିଳିଛି । ହତ୍ୟା କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।