ମୁଜାଫରନଗରରୁ ଉଦ୍ଧାର ହେଲା ସୁନ୍ଦରଗଡ଼ର ଝିଅ। ଜୋରଜବରଦସ୍ତି ବିବାହ ପାଇଁ ନାବାଳିକାକୁ ୬୦ ହଜାର ଟଙ୍କାରେ ବିକି ଦେଇଥିଲେ ଦଲାଲ

Advertisment
ମୁଜାଫରନଗରରୁ ଉଦ୍ଧାର ହେଲା ସୁନ୍ଦରଗଡ଼ର ଝିଅ। ଜୋରଜବରଦସ୍ତି ବିବାହ ପାଇଁ ନାବାଳିକାକୁ ୬୦ ହଜାର ଟଙ୍କାରେ ବିକି ଦେଇଥିଲେ ଦଲାଲ

Breitbart

କନକ ବ୍ୟୁରୋ: ସୁନ୍ଦରଗଡ଼ ମାଟିରୁ ଝିଅ ଚାଲାଣ ଓ ବିକ୍ରିର ଉଦବେଗଜନକ ତଥା ଦାରୁଣ କାହାଣୀର ଯେମିତି ଅନ୍ତ ହିଁ ନାହିଁ! ବିବାହ ଓ କାମ ଯୋଗାଇବା ବାହାନାରେ ମଣିଷ ବେପାରୀମାନେ ଝିଅମାନଙ୍କୁ ଫୁସୁଲାଇ ବାହାର ରାଜ୍ୟରେ ବିକ୍ରି କରି ଦେଉଥିବା ଓ ସେମାନଙ୍କ ମଧ୍ୟରୁ କେହି କେହି ନିର‌୍ୟାତନା ଓ ଦୁଷ୍ମର୍ମର ଶିକାର ହୋଇ ଅତି ଶୋଚନୀୟ ସ୍ଥିତିରେ ଉଦ୍ଧାର ହେବା ଦୁଃଖଦ ନଜିର ଅନେକ। ପୁଣି ଏକ ଲଜ୍ଜାକର ଘଟଣାକ୍ରମରେ, ଉତ୍ତରପ୍ରଦେଶର ମୁଜାଫରନଗର ସାହାଡୋଲରେ ୬୦ ହଜାର ଟଙ୍କାରେ ବିକ୍ରି ହୋଇଥିବା ସୁନ୍ଦରଗଡ଼ ଲେଫ୍ରିପଡ଼ା ଅଞ୍ଚଳର ଜଣେ ନାବାଳିକାଙ୍କୁ ସୁନ୍ଦରଗଡ଼ ପୁଲିସ ଉଦ୍ଧାର କରିଛି।

publive-image

ଗୋପାଳପୁର ଅଞ୍ଚଳ ଦଲାଲ ଦମ୍ପତି କାମ ଯୋଗାଇବା ବାହାନାରେ ତାଙ୍କୁ ମୁଜାର୍ଫନଗର ସାହାଡୋଲ ନେଇ ୬୦ ହଜାର ଟଙ୍କାରେ ଜଣକ ପାଖରେ ବିକ୍ରି କରି ଦେଇଥିଲେ। କେତ୍ରା ନାବାଳିକାଙ୍କୁ ଯୋରଜବରଦସ୍ତ ବିବାହ କରିଥିଲା। ପୁଲିସ ଚଢ଼ଉ କରି ମାମଲାର ଅଭିଯୁକ୍ତ ନାବାଳିକାଙ୍କ ଜଣେ ସମ୍ପର୍କୀୟାଙ୍କ ସହ ଦଲାଲ ଦମ୍ପତିଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି। କ୍ରେତା ଫେରାର ହୋଇଯାଇଥିବା ବେଳେ ତାକୁ ଧରିବାକୁ ପୁଲିସ ତନାଘନା ଚଲାଇଛି। ଘଟଣାଟି ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।

publive-image

ଏସପିଙ୍କ ସୂଚନା ଅନୁସାରେ, ଲେଫ୍ରିପଡ଼ା ଥାନା ଅଞ୍ଚଳର ଅତ୍ୟନ୍ତ ଗରିବ ପରିବାରର ୧୬ ବର୍ଷିୟା ଝିଅ କୁଲି ମଜୁରି କରି ପେଟ ପୋଷୁଥିଲେ। ଗାଁ ଅଞ୍ଚଳରେ ସବୁଦିନ କୁଲି କାମ ମିଳୁ ନ ଥିବାରୁ ଅନେକ ସମୟରେ ପୂରା ପରିବାର ଭୋକ ଉପାସରେ କାଟୁଥିଲେ। ଠିକ୍ ଏହି ସମୟରେ ସୁନ୍ଦରଗଡ଼ରେ ରହୁଥିବା ତାଙ୍କ ସମ୍ପର୍କୀୟା ମହିଳା ପଞ୍ଚମୀ କମାର (୪୮) ବାହାର ରାଜ୍ୟରେ ଭଲ ମଜୁରୀରେ କାମ ଯୋଗାଇଦେବା କଥା କହି ତାଙ୍କୁ ଫୁସୁଲାଇ ଥିଲେ। ଘରର ଶୋଚନୀୟ ସ୍ଥିତି ଯୋଗୁଁ ନାବାଳିକା ପଞ୍ଚମୀ କଥାରେ ରାଜି ହୋଇଥିଲେ। ଏହା ପରେ ପଞ୍ଚମୀ ଗତ ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ନାବାଳିକାଙ୍କୁ ହେମଗିର ଥାନା ଗୋପାଳପୁରର ଦଲାଲ ଦମ୍ପତି ଚୌଧୁରୀ ପୁଷ୍ପେନ୍ଦ୍ର ସିଂ (୩୬) ଓ ପତ୍ନୀ ବିମଳା ଚୌଧୁରୀ (୨୮)ଙ୍କୁ ହସ୍ତାନ୍ତର କରିଥିଲେ।

publive-image

ଦଲାଲ ଦମ୍ପତି ତାଙ୍କୁ କାମ ଦେବା ବାହାନାରେ ହରିୟାଣା ଓ ଉତ୍ତରାଞ୍ଚଳ ବୁଲାଇ ଉତ୍ତରପ୍ରଦେଶର ମୁଜାଫରନଗର ସାହାଡୋଲକୁ ନେଇ ସେଠାରେ ୬୦ ହଜାର ବିନିମୟରେ ଜଣେ ବ୍ୟକ୍ତିଙ୍କ ପାଖରେ ବିକ୍ରି କରି ଦେଇଥିଲେ। ବ୍ୟକ୍ତି ଜଣକ ନାବାଳିକାଙ୍କୁ ଯୋରଜବରଦସ୍ତ ବିବାହ କରିଥିଲା । ଏପଟେ ଘଟଣା ସମ୍ପର୍କରେ ଅଜ୍ଞ ଗରିବ ବାପାମା’ ଝିଅ ସୁନ୍ଦରଗଡ଼ରେ ପଞ୍ଚମୀ ପାଖରେ ରହି କାମ କରୁଛି ଭାବି ବିଶେଷ ଧ୍ୟାନ ଦେଇ ନ ଥିଲେ। ତେବେ ପରେ ଝିଅ ପଞ୍ଚମୀ ପାଖରେ ନ ଥିବା ଜାଣି ଗତ ଫେବ୍ରୁଆରି ୨୫ରେ ଲେଫ୍ରିପଡ଼ା ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଟାଉନଥାନା ଏସଆଇ ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ୨୭ ତାରିଖରେ ମୁଜାଫରନଗର ସାହାଡୋଲ ଯାଇ ସ୍ଥାନୀୟ ପୁଲିସ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe